ଆଜି ଏସ୍‌ସି କମିଶନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କନ୍ଧମାଳ ଗସ୍ତ

କନ୍ଧମାଳ: ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ ବେଳେ ୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଆଜି କନ୍ଧମାଳ ଯିବେ ଅନୁସୂଚିତ ଜାତି ଆୟୋଗର ରାଷ୍ଟ୍ରୀୟ ଅଧ୍ୟକ୍ଷ ପି.ଏଲ୍‌ ପୁନିଆଁ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେ  ବାଲିଗୁଡ଼ା ବ୍ଳକ୍ ଗୁମୁଡ଼ୁମାହା ଗସ୍ତ କରି ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ସ୍ଥାନୀୟ ଲୋକ ଓ ଜିଲ୍ଲା ପ୍ରଶାସନର କିଛି ଅଧିକାରୀଙ୍କୁ ଭେଟି ଆଲୋଚନା କରିବେ। କେଉଁ ପରିସ୍ଥିତିରେ ପୋଲିସ୍‌ ଗୁଳିରେ […]

visit

Rakesh Mallick
  • Published: Thursday, 14 July 2016
  • , Updated: 14 July 2016, 09:56 PM IST

କନ୍ଧମାଳ: ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ ବେଳେ ୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଆଜି କନ୍ଧମାଳ ଯିବେ ଅନୁସୂଚିତ ଜାତି ଆୟୋଗର ରାଷ୍ଟ୍ରୀୟ ଅଧ୍ୟକ୍ଷ ପି.ଏଲ୍‌ ପୁନିଆଁ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେ  ବାଲିଗୁଡ଼ା ବ୍ଳକ୍ ଗୁମୁଡ଼ୁମାହା ଗସ୍ତ କରି ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ସ୍ଥାନୀୟ ଲୋକ ଓ ଜିଲ୍ଲା ପ୍ରଶାସନର କିଛି ଅଧିକାରୀଙ୍କୁ ଭେଟି ଆଲୋଚନା କରିବେ। କେଉଁ ପରିସ୍ଥିତିରେ ପୋଲିସ୍‌ ଗୁଳିରେ ନିରୀହ ଜନତାଙ୍କ ଜୀବନ ଗଲା, ତାହାର ତଦନ୍ତ କରିବେ ପୁନିଆଁ। ନକ୍ସଲ ଦମନ ନାଁରେ ଯବାନଙ୍କ ଗୁଳିରେ ନିରୀହ ଜନତାଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ପରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଜନଜାତି ଆୟୋଗ ପି.ଏଲ୍‌ ପୁନିଆଁ।

Related story