ଆଠଗଡ଼ ଓରଟେଲ୍ ଅଫିସ୍‌ରେ ଭଙ୍ଗାରୁଜା

ଆଠଗଡ଼: ଆଠଗଡ଼ ଓରଟେଲ୍‌ ଅଫିସ୍‌ରେ  ଭଙ୍ଗାରୁଜା  ଓ କର୍ମଚାରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର ରାତି ପ୍ରାୟ ୯ଟା ବେଳେ ଆଠଗଡ଼ ହେମମାଳପୁରଠାରେ  ଥିବା ଓରଟେଲ୍ ଅଫିସରେ କିଛି ଦୁର୍ବୃତ୍ତ ପଶି ଭଙ୍ଗାରୁଜା କରିବା ସହ ବହୁ ଯନ୍ତ୍ରାଂଶ ଲୁଟ୍ କରି ନେଇଛନ୍ତି। ଅଫିସରେ ଥିବା ୩ ଜଣ କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଓରଟେଲ ଆଠଗଡରେ ବ୍ରଡବ୍ୟାଣ୍ଡ୍ ଓ କେବୁଲ୍ ଟିଭି ସେବା ଆରମ୍ଭ କରିବା ପରେ ସ୍ଥାନୀୟ  କେବୁଲ୍ ଅପରେଟର […]

ortel

Rakesh Mallick
  • Published: Friday, 04 March 2016
  • , Updated: 04 March 2016, 04:17 PM IST

ଆଠଗଡ଼: ଆଠଗଡ଼ ଓରଟେଲ୍‌ ଅଫିସ୍‌ରେ  ଭଙ୍ଗାରୁଜା  ଓ କର୍ମଚାରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର ରାତି ପ୍ରାୟ ୯ଟା ବେଳେ ଆଠଗଡ଼ ହେମମାଳପୁରଠାରେ  ଥିବା ଓରଟେଲ୍ ଅଫିସରେ କିଛି ଦୁର୍ବୃତ୍ତ ପଶି ଭଙ୍ଗାରୁଜା କରିବା ସହ ବହୁ ଯନ୍ତ୍ରାଂଶ ଲୁଟ୍ କରି ନେଇଛନ୍ତି। ଅଫିସରେ ଥିବା ୩ ଜଣ କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଓରଟେଲ ଆଠଗଡରେ ବ୍ରଡବ୍ୟାଣ୍ଡ୍ ଓ କେବୁଲ୍ ଟିଭି ସେବା ଆରମ୍ଭ କରିବା ପରେ ସ୍ଥାନୀୟ  କେବୁଲ୍ ଅପରେଟର ଇର୍ଷାନ୍ୱିତ ହୋଇ ଏପରି କରିଥିବା ଓଟେଲ୍ ପକ୍ଷରୁ ଅଭିଯୋଗ କରାଯାଇଛି।

Related story