ଘରେ ରହୁଛି; ଭାତ, ମାଣ୍ଡିଆ ଖାଉଛି

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ସ୍ନେହ, ପ୍ରେମ ପାଇଲେ ଜଙ୍ଗଲି ଜନ୍ତୁ ବି ପୋଷା ମାନିଯାଆନ୍ତି। ସେମାନେ ବି ହିଂସ୍ର ଆଚରଣ ଭୁଲି ନିଜ ମାଲିକକୁ ଆନୁଗତ୍ୟ ଦେଖାନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ପଦର ଗ୍ରାମରେ। ଏହି ଗ୍ରାମର ରାମଚନ୍ଦ୍ର ଅଞ୍ଜିରିୟା ନାମକ ବ୍ୟକ୍ତି ୨ ଦିନ ହେବ ଏକ ଭାଲୁ ଛୁଆକୁ ଜଙ୍ଗଲରୁ ଆଣି ପୋଷା ମନାଇ ରଖିଛନ୍ତି। ଭାଲୁ ଛୁଆଟି ମଧ୍ୟ ରାମଚନ୍ଦ୍ରଙ୍କ ପାଖରେ ଭାତ, ମାଣ୍ଡିଆ ଖାଇ […]

bhalu-4-1

bhalu-4-1

Niharika Rout
  • Published: Saturday, 04 January 2020
  • Updated: 04 January 2020, 09:43 AM IST

Sports

Latest News

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ସ୍ନେହ, ପ୍ରେମ ପାଇଲେ ଜଙ୍ଗଲି ଜନ୍ତୁ ବି ପୋଷା ମାନିଯାଆନ୍ତି। ସେମାନେ ବି ହିଂସ୍ର ଆଚରଣ ଭୁଲି ନିଜ ମାଲିକକୁ ଆନୁଗତ୍ୟ ଦେଖାନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ପଦର ଗ୍ରାମରେ।

ଏହି ଗ୍ରାମର ରାମଚନ୍ଦ୍ର ଅଞ୍ଜିରିୟା ନାମକ ବ୍ୟକ୍ତି ୨ ଦିନ ହେବ ଏକ ଭାଲୁ ଛୁଆକୁ ଜଙ୍ଗଲରୁ ଆଣି ପୋଷା ମନାଇ ରଖିଛନ୍ତି। ଭାଲୁ ଛୁଆଟି ମଧ୍ୟ ରାମଚନ୍ଦ୍ରଙ୍କ ପାଖରେ ଭାତ, ମାଣ୍ଡିଆ ଖାଇ ପଡ଼ି ରହିଛି।

ପୂରା ଘଟଣାଟି ଏହିପରି। ୨ ଦିନ ପୂର୍ବେ ରାମଚନ୍ଦ୍ର ନିକଟସ୍ଥ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ସେଠାରେ ଏକ ଭାଲୁ ଛୁଆ ମରି ପଡ଼ିଥିବା ବେଳେ ଆଉ ଏକ ଛୁଆ ତା‘ ପାଖରେ ବୁଲୁଥିବା ଦେଖିବାକୁ ପାଇଲେ। ହେଲେ ସେମାନଙ୍କ ନିକଟରେ ମା’ ଭାଲୁ ନ ଥିଲା। ଏହାଦେଖି ସେ ଜୀବନ୍ତ ଛୁଆଟିକୁ ଧରି ଘରକୁ ପଳାଇ ଆସିଲେ।

ଏ ସମ୍ପର୍କରେ ରାମଚନ୍ଦ୍ର ଚିତ୍ରକୋଣ୍ଡା ବନବିଭାଗକୁ ଖବର ଦେଖିଥିଲେ। କିନ୍ତୁ ବନବିଭାଗ କର୍ମଚାରୀ ତତ୍ପରତା ନ ଦେଖାଇ ଜଙ୍ଗଲରେ ଭାଲୁକୁ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ। ଭାଲୁ ଛୁଆଟି ସାନ ଥିବାରୁ ଜଙ୍ଗଲରେ ମରିଯିବ ସନ୍ଦେହ ପ୍ରକଟ କରି ରାମଚନ୍ଦ୍ର ତାକୁ ପାଖରେ ରଖିଥିଲେ। ଏବେ ଭାତ,ମାଣ୍ଡିଆ ଖାଇ ରାମଚନ୍ଦ୍ରଙ୍କ ଘରେ ରହିଥିବା ଭାଲୁ ଛୁଆଟି ତାଙ୍କ ପାଖ ଛାଡ଼ୁନି। ଅପରପକ୍ଷେ ତାକୁ ଦେଖିବାକୁ ବେଶ୍‌ ଗହଳି ଜମୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos