ମୁମ୍ବାଇ: ବଲିଉଡ୍ ବ୍ଲାକ୍ ବିୟୁଟି ବିପାଶା ବସୁ ଓ କରନ ସିଂ ଗ୍ରୋବର ନିଜର ସମ୍ପର୍କକୁ ନେଇ କେବେ ଖୋଲାଖୋଲି ପ୍ରକାଶ କରି ନାହାନ୍ତି। କିନ୍ତୁ ଏହି ଦୁଇ ପ୍ରେମୀ ଯୁଗଳ ଏପ୍ରିଲ ମାସରେ ବିବାହ କରିବାକୁ ଯାଉଛନ୍ତି।
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ମୋର ବନ୍ଧୁ ବିପାଶା ବସୁ ଓ ତାଙ୍କର ଭାବି ସ୍ୱାମୀ କରନଙ୍କୁ ଶୁଭକାମନା ଜଣାଇଛନ୍ତି ।
ଏକ ରିପୋର୍ଟ ଅନୁସାରେ ଏ ଦୁହେଁ ଏପ୍ରିଲ୩୦ରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ବିବାହ ପାଇଁ ମେନ୍ୟୁ ମଧ୍ୟ ପ୍ରସ୍ତୁତ ହୋଇ ଗଲାଣି। ମୁମ୍ବାଇର ଏକ ବଡ଼ ହୋଟଲରେ ଏମାନଙ୍କ ବିବାହ ହେବ। ବିପାଶା ବାହାଘର ପାଇଁ ଟ୍ରାଡିସନାଲ୍ ବେଙ୍ଗଲି ପୋଷାକ ତିଆରି କରିଥିବା ଜଣାପଡ଼ିଛି।
ଗତ କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା ଯେ କରନଙ୍କ ମା’ ବିପାଶାଙ୍କୁ ବୋହୂ ରୂପରେ ଗ୍ରହଣ କରିବାକୁ ମନା କରି ଦେଇଥିଲେ।
ଯଦି କରନ ଏହି ବିବାହ କରନ୍ତି, ତେବେ କରନ ତୃତୀୟ ଥର ବିବାହ ବନ୍ଧନରେ ଆବଦ୍ଧ ହେବେ। କରନ ପ୍ରଥମେ ଟେଲି ଅଭିନେତ୍ରୀ ଶ୍ରଦ୍ଧା ନିଗମଙ୍କୁ ଓ ପରେ ଜେନିଫର ବିଗେଟଙ୍କୁ ଦ୍ୱିତୀୟ ବିବାହ କରିଥିଲେ।