ବିରୋଧୀଙ୍କ ଟାର୍ଗେଟ୍‌ରେ ସରକାର, ଆଜିଠାରୁ ବିଜେପି ମହିଳା ମୋର୍ଚ୍ଚାର ଆନ୍ଦୋଳନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗ, ରାସନକାର୍ଡ, କନ୍ଧମାଳ ଗୁଳିକାଣ୍ଡ ଓ ମମତା ଯୋଜନାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ସବୁ ପ୍ରସଙ୍ଗକୁ ନେଇ ଦୁଇ ଜାତୀୟ ଦଳ ରାଜରାସ୍ତାକୁ ଓହ୍ଲାଇବା ସହ ସରକାରଙ୍କୁ ଘେରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରି ସାରିଛନ୍ତି। ମମତା ଯୋଜନାରେ ଲକ୍ଷ ଲକ୍ଷ ହିତାଧିକାରୀ ଅର୍ଥ ପାଇବାରୁ ବଞ୍ଚିତ ହେବା ନେଇ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଜେପି ମହିଳା ମୋର୍ଚ୍ଚା […]

bjp

Rakesh Mallick
  • Published: Monday, 01 August 2016
  • , Updated: 01 August 2016, 08:11 PM IST

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗ, ରାସନକାର୍ଡ, କନ୍ଧମାଳ ଗୁଳିକାଣ୍ଡ ଓ ମମତା ଯୋଜନାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହି ସବୁ ପ୍ରସଙ୍ଗକୁ ନେଇ ଦୁଇ ଜାତୀୟ ଦଳ ରାଜରାସ୍ତାକୁ ଓହ୍ଲାଇବା ସହ ସରକାରଙ୍କୁ ଘେରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରି ସାରିଛନ୍ତି।

ମମତା ଯୋଜନାରେ ଲକ୍ଷ ଲକ୍ଷ ହିତାଧିକାରୀ ଅର୍ଥ ପାଇବାରୁ ବଞ୍ଚିତ ହେବା ନେଇ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଜେପି ମହିଳା ମୋର୍ଚ୍ଚା ଏହି ପ୍ରସଙ୍ଗକୁ ନେଇ ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇବ। ଆଜିଠାରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ମହିଳା ମୋର୍ଚ୍ଚା ସବୁ ଜିଲ୍ଲାର ସିଡିପିଓଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ। ମହିଳା କଂଗ୍ରେସ ମଧ୍ୟ ରାସ୍ତାକୁ ଓହ୍ଲାଇବ ବୋଲି କହିଛି।

ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ବିଜେପୀ କର୍ମୀଙ୍କୁ ଆକ୍ରମଣ ଘଟଣାରେ ୨ ମନ୍ତ୍ରୀ, ବିଧାୟକ ଓ କର୍ପୋରେଟରଙ୍କୁ ଗିରଫ ଦାବିରେ ବିଜେପି ଯୁବ ମୋର୍ଚ୍ଚା ଆସନ୍ତାକାଲିଠାରୁ ଆନ୍ଦୋଳନକୁ ଓହ୍ଲାଇବ। ରାଜ୍ୟର ସମସ୍ତ ଏସ୍‌ପି ଓ ଏସ୍‌ଡିପିସଙ୍କ କାର୍ଯ୍ୟାଳୟ ଆଗରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିବ। ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପୁଷ୍ପେନ୍ଦ୍ର ସିଂଦେଓ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ମାମଲା ରୁଜୁ ହେବା ପରେ ବି ଶାସକ ଦଳ ଚାପରେ ତାଙ୍କୁ ଗିରଫ କରାଯାଉ ନ ଥିବା ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି। ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଯିବା ପର୍ଯ୍ୟନ୍ତ ଏହି ବିକ୍ଷୋଭ ଜାରି ରହିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

ଅନ୍ୟପକ୍ଷରେ ୩ଟି ପ୍ରସଙ୍ଗରେ ଆଗାମୀ ଦିନରେ କଂଗ୍ରେସ ବିକ୍ଷୋଭ କରିବାକୁ ସଜବାଜ ହେଉଛି। ଏ ନେଇ ଗତକାଲି ପିସିସି ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମହାନଦୀ ପ୍ରସଙ୍ଗକୁ ନେଇ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ସମ୍ବଲପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ରାସନକାର୍ଡ ଅନିୟମିତତାକୁ ନେଇ ସେପ୍ଟେମ୍ବର ୧୫ ମଧ୍ୟରେ ବିଭିନ୍ନ ବ୍ଲକରେ ଦଳ ବିକ୍ଷୋଭ କରିବ। ଏହାବାଦ୍‌ କନ୍ଧମାଳ ଗୁଳିକାଣ୍ଡ ଘଟଣାକୁ ନେଇ ମଧ୍ୟ ଦଳ ସରକାରଙ୍କୁ ଘେରିବାକୁ ଯୋଜନା କରିଛି।

Related story