ମହିଳା ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷିତ

ମୁମ୍ବାଇ: ଅଷ୍ଟ୍ରେଲିଆରେ ହେବାକୁଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ପାଇଁ ବିସିସିଆଇ ୧୫ ଜଣିଆ ଭାରତୀୟ ଦଳର ଘୋଷଣା କରିଛି। ଭାରତୀୟ ମହିଳା ଦଳରେ ଏକମାତ୍ର ନୂଆମୁହଁ ଭାବେ ବେଙ୍ଗଲ ବ୍ୟାଟ୍ସଓମ୍ୟାନ୍ ରିଚା ଘୋଷଙ୍କୁ ସାମିଲ୍ କରାଯାଇଛି। ସେହିପରି ୧୫ ବର୍ଷୀୟା ହରିୟାଣା ବାଳିକା ଶେଫାଳୀ ବର୍ମା ପ୍ରଥମଥର ପାଇଁ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ ପୁଣି ସ୍ଥାନ ପାଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ଏହି ବଡ଼ ଉପହାର ମିଳିଛି। […]

harman

harman

Ranjit Kumar Jena
  • Published: Sunday, 12 January 2020
  • Updated: 12 January 2020, 05:28 PM IST

Sports

Latest News

ମୁମ୍ବାଇ: ଅଷ୍ଟ୍ରେଲିଆରେ ହେବାକୁଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ପାଇଁ ବିସିସିଆଇ ୧୫ ଜଣିଆ ଭାରତୀୟ ଦଳର ଘୋଷଣା କରିଛି। ଭାରତୀୟ ମହିଳା ଦଳରେ ଏକମାତ୍ର ନୂଆମୁହଁ ଭାବେ ବେଙ୍ଗଲ ବ୍ୟାଟ୍ସଓମ୍ୟାନ୍ ରିଚା ଘୋଷଙ୍କୁ ସାମିଲ୍ କରାଯାଇଛି। ସେହିପରି ୧୫ ବର୍ଷୀୟା ହରିୟାଣା ବାଳିକା ଶେଫାଳୀ ବର୍ମା ପ୍ରଥମଥର ପାଇଁ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ ପୁଣି ସ୍ଥାନ ପାଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ଏହି ବଡ଼ ଉପହାର ମିଳିଛି। ଏହାଛଡ଼ା ନିକଟରେ କଟକରେ ଶେଷ ହୋଇଥିବା ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିରେ ମଧ୍ୟ ଶେଫାଳୀ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସେହିପରି ରିଚାଙ୍କୁ ମଧ୍ୟ ମହିଳା ଚ୍ୟାଲେଞ୍ଜର ଟ୍ରଫିର ଭଲ ପ୍ରଦର୍ଶନ ପାଇଁ ଜାତୀୟ ଦଳରେ ସାମିଲ୍ କରାଯାଇଛି। ଟି-୨୦ ବିଶ୍ୱକପ୍ ବ୍ୟତୀତ ଅଷ୍ଟ୍ରେଲିଆରେ ହେବାକୁଥିବା ଟ୍ରାଇସିରିଜ୍ ପାଇଁ ପାଇଁ ୧୬ ଜଣିଆ ସ୍କ୍ୱାଡର ଘୋଷଣା କରାଯାଇଛି। ଉଭୟ ଦଳର ନେତୃତ୍ୱ ଭାର ଅଭିଜ୍ଞ ହରମନପ୍ରୀତ କୌର ବହନ କରିବେ। ଆୟୋଜକ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଭାରତକୁ ନେଇ ଆୟୋଜିତ ଟ୍ରାଇ-ସିରିଜ୍ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ। ଏହା ପରେ ଫେବୃଆରୀ ୨୧ ତାରିଖରୁ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବ।

ବିସିସିଆଇ ମହିଳା ଚୟନ କମିଟି ଅଧ୍ୟକ୍ଷ ହେମଲତା କାଲା କହିଛନ୍ତି, "ଗତ ବର୍ଷକ ମଧ୍ୟରେ ଆମେ ୫ରୁ ୬ଜଣ ଡେବ୍ୟୁଟାଣ୍ଟଙ୍କୁ ସୁଯୋଗ ଦେଇଛି। ଚ୍ୟାଲେଞ୍ଜର ଟ୍ରଫିରେ ରିଚାଙ୍କ ପ୍ରଦର୍ଶନ ଆମକୁ ପ୍ରଭାବିତ କରିଥିଲା ଏବଂ ଏହି କାରଣରୁ ତାଙ୍କୁ ଆମେ ଏହି ବଡ଼ ଇଭେଣ୍ଟ ପାଇଁ ଚୟନ କରିଛୁ ।"

ସେହିପରି ଟିମ୍ କ୍ୟାପଟେନ୍ ହରମନପ୍ରୀତ କହିଛନ୍ତି, ବିଶ୍ୱକପ୍ ପୂର୍ବରୁ ହେବାକୁଥିବା ଟ୍ରାଇ-ସିରିଜ୍ ଆମ ପାଇଁ ମହତ୍ତ୍ୱପୂର୍ଣ୍ଣ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଆମେ ଆମର ଶ୍ରେଷ୍ଠ କମ୍ବିନେଶନ୍ ଚୟନ କରିପାରିବୁ। ଦଳରେ ସ୍ଥାନ ପାଇଥିବା ରିଚା ଉଭୟ ଚ୍ୟାଲେଞ୍ଜର ଟ୍ରଫି ଓ ଘରୋଇ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଏହାଛଡ଼ା ଚ୍ୟାଲେଞ୍ଜର ଟ୍ରଫିରେ ଶେଫାଳୀ ମଧ୍ୟ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ବିରୋଧୀ ବୋଲରଙ୍କ ନିଦ ହଜାଇଥିଲେ। ଏଭଳି ଯୁବ ପ୍ରତିଭାଙ୍କ ସାମିଲ୍ ହେବା ଦ୍ୱାରା ଟିମ୍ ଅଧିକ ମଜଭୁତ୍ ହୋଇଛି ବୋଲି ହରମନପ୍ରୀତ କହିଛନ୍ତି।

ସୂଚନାଯୋଗ୍ୟ, ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଟିମକୁ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ୍‌, ଶ୍ରୀଲଙ୍କା ଓ ବାଂଲାଦେଶ ସହ ଗ୍ରୁପ୍‌-ଏ'ରେ ରଖାଯାଇଛି। ସେହିପରି ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌, ପାକିସ୍ତାନ ଓ ଥାଇଲ୍ୟାଣ୍ଡ୍ ଗ୍ରୁପ୍‌-ବି'ରେ ସ୍ଥାନ ପାଇଛନ୍ତି।

ବିଶ୍ୱକପ୍ ଟି-୨୦ ସ୍କ୍ୱାଡ୍‌: ହରମନପ୍ରୀତ କୌର (କ୍ୟାପଟେନ୍‌), ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ଜେମିମା ରୋଡ୍ରିଗ୍ସ, ହର୍ଲୀନ୍ ଦେଓଲ, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣାମୂର୍ତ୍ତୀ, ରିଚା ଘୋଷ, ତାନିଆ ଭାଟିଆ, ପୁନମ ଯାଦବ, ରାଧା ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ୍‌, ଶିଖା ପାଣ୍ଡେ, ପୂଜା ବସ୍ତ୍ରାକର, ଅରୁନ୍ଧତୀ ରେଡ୍ଡି।

ଟ୍ରାଇ-ସିରିଜ୍ ସ୍କ୍ୱାଡ୍‌: ହରମନପ୍ରୀତ କୌର (କ୍ୟାପଟେନ୍‌), ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ଜେମିମା ରୋଡ୍ରିଗ୍ସ, ହର୍ଲୀନ୍ ଦେଓଲ, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣାମୂର୍ତ୍ତୀ, ରିଚା ଘୋଷ, ତାନିଆ ଭାଟିଆ, ପୁନମ ଯାଦବ, ରାଧା ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ୍‌, ଶିଖା ପାଣ୍ଡେ, ପୂଜା ବସ୍ତ୍ରାକର, ଅରୁନ୍ଧତୀ ରେଡ୍ଡି, ନୁଝତ୍ ପରବୀନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story