୬ଲକ୍ଷ ଟଙ୍କାର ଗଂଜେଇ ଜବତ

କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ସେମିଳିଗୁଡା ପୁଲିସ ପକ୍ଷରୁ  ୬ଲକ୍ଷ ଟଙ୍କାର ଗଂଜେଇ ଜବତ କରାଯାଇଛି। OD 02 D 2000 ବିଶିଷ୍ଟ  ଇନୋଭା ରେ ଗଂଜେଇ ଚୋରା ଚାଲାଣ ଚାଲାଣ କରାଯାଉଥୁବା ବେଳେ ୨୬ ନଂ ଜାତୀୟ ରାଜପଥର ଡୋଳି ଆମ୍ବ ଛକ ନିକଟରେ ସେମିଳିଗୁଡା ପୋଲିସ ଜବତ କରିଛି। ୫କେଜି ଓଜନ ବିଶିଷ୍ଟ ୨୫ ଟି ଗଂଜେଇ ପ୍ୟାକେଟ ଜବତ କରିଛି ପୁଲିସ। ପଟାଙ୍ଗି ପଟୁ ସେମିଳିଗୁଡା ଅଭିମୁଖେ ଆସୁଥୁବାବେଳେ ପୁଲିସ ହାତରେ ଧରାପଡିଥିଲେ […]

7nm

Tapas Behera
  • Published: Thursday, 06 May 2021
  • , Updated: 06 May 2021, 05:50 PM IST

କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ସେମିଳିଗୁଡା ପୁଲିସ ପକ୍ଷରୁ  ୬ଲକ୍ଷ ଟଙ୍କାର ଗଂଜେଇ ଜବତ କରାଯାଇଛି। OD 02 D 2000 ବିଶିଷ୍ଟ  ଇନୋଭା ରେ ଗଂଜେଇ ଚୋରା ଚାଲାଣ ଚାଲାଣ କରାଯାଉଥୁବା ବେଳେ ୨୬ ନଂ ଜାତୀୟ ରାଜପଥର ଡୋଳି ଆମ୍ବ ଛକ ନିକଟରେ ସେମିଳିଗୁଡା ପୋଲିସ ଜବତ କରିଛି। ୫କେଜି ଓଜନ ବିଶିଷ୍ଟ ୨୫ ଟି ଗଂଜେଇ ପ୍ୟାକେଟ ଜବତ କରିଛି ପୁଲିସ।

ପଟାଙ୍ଗି ପଟୁ ସେମିଳିଗୁଡା ଅଭିମୁଖେ ଆସୁଥୁବାବେଳେ ପୁଲିସ ହାତରେ ଧରାପଡିଥିଲେ ଗଂଜେଇ ଚୋରାଚାଲାଣକାରୀ। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଗଂଜେଇ ମାଫିଆ ବାବୁଲା ଖରା ଅଛନ୍ତି। ଅନ୍ୟଜଣକ ହେଲେ ପଟାଙ୍ଗି ହାଟଗୁଡା ଗ୍ରାମର  ନାରାୟଣ ସଗ୍ରୀ।  ଏନେଇ ସେମିଳିଗୁଡା ଥାନା ଆଇଆଇସି ଧିରେନ ବେହେରା ସୂଚନା ଦେଇଛନ୍ତି।

Related story