ଗେହଲଟଙ୍କ ବିନା ଅନୁମତିରେ ରାଜସ୍ଥାନରେ ପଶି ପାରିବନି ସିବିଆଇ!

ଜୟପୁର: ରାଜସ୍ଥାନରେ ସିବିଆଇ ସିଧାସଳଖ ପ୍ରବେଶ କରିପାରିବ ନାହିଁ। ଗେହଲଟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଅଡିଓ ଟେପ୍ ରେକର୍ଡିଂର ତଦନ୍ତ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ରାଜସ୍ଥାନ ମୁଖ୍ୟ ଶାସନ ସଚିବଙ୍କୁ ସମନ କରିବା ପରେ ଗେହଲଟ ସରକାର ଏବେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜସ୍ଥାନର ଗୃହ ବିଭାଗ ବିଜ୍ଞପ୍ତି ଜାରି କରିଛି। ଅର୍ଥାତ୍ ରାଜ୍ୟ ସରକାର ଅନୁମତି ଦେବା ପରେ ରାଜ୍ୟରେ ସିବିଆଇ ତଦନ୍ତ କରିପାରିବ। କଂଗ୍ରେସ ବିଧାୟକ କିଣାବିକା ମାମଲାରେ ଏକ […]

cbI

Subhransu Sekhar
  • Published: Monday, 20 July 2020
  • , Updated: 20 July 2020, 09:44 PM IST

ଜୟପୁର: ରାଜସ୍ଥାନରେ ସିବିଆଇ ସିଧାସଳଖ ପ୍ରବେଶ କରିପାରିବ ନାହିଁ। ଗେହଲଟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଅଡିଓ ଟେପ୍ ରେକର୍ଡିଂର ତଦନ୍ତ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ରାଜସ୍ଥାନ ମୁଖ୍ୟ ଶାସନ ସଚିବଙ୍କୁ ସମନ କରିବା ପରେ ଗେହଲଟ ସରକାର ଏବେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜସ୍ଥାନର ଗୃହ ବିଭାଗ ବିଜ୍ଞପ୍ତି ଜାରି କରିଛି। ଅର୍ଥାତ୍ ରାଜ୍ୟ ସରକାର ଅନୁମତି ଦେବା ପରେ ରାଜ୍ୟରେ ସିବିଆଇ ତଦନ୍ତ କରିପାରିବ।

କଂଗ୍ରେସ ବିଧାୟକ କିଣାବିକା ମାମଲାରେ ଏକ ଅଡିଓ ଟେପ୍ ଭାଇରାଲ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କର ସଂପୃକ୍ତି ରହିଛି ବୋଲି କଂଗ୍ରେସ ଦାବି କରିଛି। ଏ ନେଇ ରାଜସ୍ଥାନ ପୁଲିସର ଏସଓଜି ଶେଖାଓ୍ୱତଙ୍କୁ ନୋଟିସ କରିଛି। ହେଲେ ଅଡିଓ ଟେପର ସତ୍ୟତା ବାବଦରେ କୌଣସି ପ୍ରମାଣ ମିଳିନି। ଅନ୍ୟପଟେ ବିଜେପି ଅଡିଓ ଟେପ ମାମଲାରେ ଗେହଲଟ ସରକାରଙ୍କା ଦାୟୀ କରିଛି। ସରକାର ବିଧାୟକଙ୍କ ଫୋନ୍ ଟ୍ୟାପିଂ କରୁଥିବା ବିଜେପି ଦାବି କରିଛି। ଏ ନେଇ ସିବିଆଇ ତଦନ୍ତ ଦାବି କରିଛି ବିଜେପି।

Related story