ଇଞ୍ଜିନିୟରଙ୍କ ଉପରେ ମାଟିଆ ପାଣି ଢାଳିଲେ କଂଗ୍ରେସ ବିଧାୟକ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ମଧ୍ୟପ୍ରଦେଶର ବିଜେପି ବିଧାୟକଙ୍କ ପରେ ଏବେ କଂଗ୍ରେସ ବିଧାୟକଙ୍କ ଜଣେ ସରକାରୀ ଅଫିସରଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ର କଂଗ୍ରେସ ବିଧାୟକ ନୀତେଶ ରାଣା ଓ ତାଙ୍କ ସମର୍ଥକମାନେ ସର୍ବସମ୍ମୁଖରେ ଜଣେ କାର୍ଯ୍ୟରତ ଇଞ୍ଜିନିୟରଙ୍କୁ ଆକ୍ରମଣ କରିଛନ୍ତି। ଏଥିସହ ସଂପୃକ୍ତ ଇଞ୍ଜିନିୟରଙ୍କ ଉପରେ ମାଟିଆ ପାଣି ଢାଳି ତାଙ୍କୁ ଅପମାନିତ କରିଛନ୍ତି। ଜାତୀୟ ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ପକ୍ଷରୁ ଜାରି ହୋଇଥିବା ଭିଡିଓରେ ନୀତେଶ ରାଣା ଓ ତାଙ୍କ ସମର୍ଥକମାନେ ଜାତୀୟ ରାଜପଥ […]

qa

Hemant Lenka
  • Published: Thursday, 04 July 2019
  • , Updated: 04 July 2019, 03:14 PM IST

ମୁମ୍ବାଇ: ମଧ୍ୟପ୍ରଦେଶର ବିଜେପି ବିଧାୟକଙ୍କ ପରେ ଏବେ କଂଗ୍ରେସ ବିଧାୟକଙ୍କ ଜଣେ ସରକାରୀ ଅଫିସରଙ୍କ ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ର କଂଗ୍ରେସ ବିଧାୟକ ନୀତେଶ ରାଣା ଓ ତାଙ୍କ ସମର୍ଥକମାନେ ସର୍ବସମ୍ମୁଖରେ ଜଣେ କାର୍ଯ୍ୟରତ ଇଞ୍ଜିନିୟରଙ୍କୁ ଆକ୍ରମଣ କରିଛନ୍ତି। ଏଥିସହ ସଂପୃକ୍ତ ଇଞ୍ଜିନିୟରଙ୍କ ଉପରେ ମାଟିଆ ପାଣି ଢାଳି ତାଙ୍କୁ ଅପମାନିତ କରିଛନ୍ତି।

ଜାତୀୟ ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ପକ୍ଷରୁ ଜାରି ହୋଇଥିବା ଭିଡିଓରେ ନୀତେଶ ରାଣା ଓ ତାଙ୍କ ସମର୍ଥକମାନେ ଜାତୀୟ ରାଜପଥ ନିର୍ମାଣ କରୁଥିବା ଇଞ୍ଜିନିୟର ପ୍ରକାଶ ଶେହଦରଙ୍କ ଉପରେ ମାଟି ମିଶା ପାଣି ଢାଳୁଛନ୍ତି। ମୁମ୍ବାଇ-ଗୋଆ ଜାତୀୟ ରାଜପଥର କଙ୍କଭାଲି ଠାରେ ଥିବା ଏକ ବ୍ରିଜ୍‌ ଉପରେ ଏହି ଘଟଣା ଘଟିଛି। ନୀତେଶ ଓ ତାଙ୍କ ସମର୍ଥକମାନେ ବ୍ରିଜ୍‌ ଉପରେ ହୋଇଥିବା ଗାତ ଓ ଏହା ଉପରେ ମରାମତି ପରେ ପଡ଼ୁଥିବା ପ୍ୟାଚ୍‌ର ତଦାରଖ କରୁଥିଲେ।

ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଇଞ୍ଜିନିୟର ପ୍ରକାଶଙ୍କୁ ବିଧାୟକ ନୀତେଶ ପୁଲିସ୍‌ ଅଫିସରଙ୍କ ଭଳି ଜେରା କରିଥିଲେ ଏବଂ ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହି ସମୟରେ ବିଧାୟକଙ୍କ ନିର୍ଦ୍ଦେଶରେ ତାଙ୍କ ସମର୍ଥକମାନେ ବାଲଟିରେ କାଦୁଅ ମିଶା ପାଣି ଆଣି ଇଞ୍ଜିନିୟରଙ୍କ ଉପରେ ଢାଳି ଦେଇଥିଲେ। ଖାଲି ସେତିକି ନୁହେଁ, ଇଞ୍ଜିନିୟର ପ୍ରକାଶଙ୍କୁ ମଧ୍ୟ ସେମାନେ ଏକ ଦଉଡ଼ି ସାହାଯ୍ୟରେ ବ୍ରିଜ୍‌ ବାଡ଼ାରେ ବାନ୍ଧିବାକୁ ଚେଷ୍ଟା କରିଥିଲେ।

ଦେଖନ୍ତୁ ଭିଡିଓ

https://twitter.com/i/status/1146699230519709697

ଏହାପୂର୍ବରୁ ମଧ୍ୟପ୍ରଦେଶ ବିଜେପି ବିଧାୟକ ଆକାଶ ବିଜୟଭର୍ଗିୟା ଜଣେ ପୌର ପାଳିକା ଅଧିକାରୀଙ୍କୁ ବ୍ୟାଟ୍‌ରେ ଆକ୍ରମଣ କରିଥିଲେ।

Related story