ଆନ୍ଦୋଳନରୁ ଓହରିଲେ କୋଭିଡ୍‌ ଯୋଦ୍ଧା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ଆନ୍ଦୋଳନରୁ ଓହରିଲେ ଗଂଜାମ ଜିଲ୍ଲାର ସ୍ୱାସ୍ଥ୍ୟକର୍ମୀ । ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ ତିନି ମାସର କଣ୍ଟ ଉପରେ ସହମତି ହୋଇଛି । ଗତକାଲି ସାରା ଦିନ ସାରା ରାତି ଧାରଣା ଦେବା ପରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ଘଣ୍ଟାଏ ଧରି ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତିନିଧି ଓ ଜିଲ୍ଲାପାଳଙ୍କ ମଧ୍ୟରେ ଦାବି ଉପରେ ଆଲୋଚନା ହୋଇଥିଲା । ତେବେ ଜିଲ୍ଲାପାଳ ୩ ମାସର କଣ୍ଟ […]

nbm

Tapas Behera
  • Published: Monday, 05 October 2020
  • , Updated: 05 October 2020, 05:25 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ଆନ୍ଦୋଳନରୁ ଓହରିଲେ ଗଂଜାମ ଜିଲ୍ଲାର ସ୍ୱାସ୍ଥ୍ୟକର୍ମୀ । ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ ତିନି ମାସର କଣ୍ଟ ଉପରେ ସହମତି ହୋଇଛି । ଗତକାଲି ସାରା ଦିନ ସାରା ରାତି ଧାରଣା ଦେବା ପରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ଘଣ୍ଟାଏ ଧରି ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତିନିଧି ଓ ଜିଲ୍ଲାପାଳଙ୍କ ମଧ୍ୟରେ ଦାବି ଉପରେ ଆଲୋଚନା ହୋଇଥିଲା । ତେବେ ଜିଲ୍ଲାପାଳ ୩ ମାସର କଣ୍ଟ ଦେଇଛନ୍ତି ।

ଏଥିସହ ଆସନ୍ତା ସୋମବାରଠାରୁ ପୁନଃନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ । ବିନା ନୋଟିସ୍‌ରେ ଛଟେଇ କରାଯାଇଥିବା ଅଭିଯୋଗରେ ଗତକାଲି ଅପରାହ୍ନରୁ ଏହି ସ୍ୱାସ୍ଥ୍ୟକର୍ମୀମାନେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣାରେ ବସିଥିଲେ । ସେମାନଙ୍କର ଅଭିଯୋଗ ଥିଲା ଯେ, ଦରକାର ବେଳେ ଚାକିରି ଦେଲେ, ଏବେ ନୋଟିସ୍ ବି ନ ଦେଇ ତଡ଼ି ଦେଉଛନ୍ତି । କରୋନା ବେଳେ ଜୀବନକୁ ବାଜି ଲଗାଇ କାମ କରିଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ସରକାର ବହିଷ୍କାର କରିବା ପରେ ଏନ୍ଏମ୍, ଜିଏନ୍ଏମ ଓ ଫାର୍ମାସିଷ୍ଟ ଅସନ୍ତୋଷ ପ୍ରକାଶ କରିଥିଲେ ।

Related story