ପରିବାର ସହ ଦୀପାବଳୀ ପାଳିବେ ଦୀପିକା

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଦୀପିକା ପାଦୁକନ୍‌ ଏଥର ନିଜ ପରିବାର ସହ ଦୀପାବଳୀ ପାଳିବା ପାଇଁ ବେଙ୍ଗଲୁରୁ ଯିବେ। ସେ କହିଛନ୍ତି,“ଦୀପାବଳୀ ଆଲୋକ ଓ ଖୁସିର ପର୍ବ। ଏହା ମୋ ପାଇଁ ସବୁବେଳେ ଖାସ୍‌। ସେଥିପାଇଁ ମୁଁ ‘ପଦ୍ମାବତୀ’ର ସୁଟିଂ ଆରମ୍ଭ କରିବା ପୂର୍ବରୁ ପରିବାର ସହିତ ସମୟ କାଟିବାକୁ ନିଷ୍ପତ୍ତି ନେଇଛି।” ରୋଚକ କଥା ହେଉଛି ଦୀପିକାଙ୍କ ପରିବାର ଲୋକଙ୍କ ନାମ ‘ଆଲୋକ’ ସଂପର୍କିତ। ତାଙ୍କ ବାପାଙ୍କ ନାମ ପ୍ରକାଶ। ତାଙ୍କ ମା’ଙ୍କ ନାଁ […]

deepika

Rakesh Mallick
  • Published: Friday, 28 October 2016
  • , Updated: 28 October 2016, 01:28 PM IST

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ଦୀପିକା ପାଦୁକନ୍‌ ଏଥର ନିଜ ପରିବାର ସହ ଦୀପାବଳୀ ପାଳିବା ପାଇଁ ବେଙ୍ଗଲୁରୁ ଯିବେ।

ସେ କହିଛନ୍ତି,“ଦୀପାବଳୀ ଆଲୋକ ଓ ଖୁସିର ପର୍ବ। ଏହା ମୋ ପାଇଁ ସବୁବେଳେ ଖାସ୍‌। ସେଥିପାଇଁ ମୁଁ ‘ପଦ୍ମାବତୀ’ର ସୁଟିଂ ଆରମ୍ଭ କରିବା ପୂର୍ବରୁ ପରିବାର ସହିତ ସମୟ କାଟିବାକୁ ନିଷ୍ପତ୍ତି ନେଇଛି।”

ରୋଚକ କଥା ହେଉଛି ଦୀପିକାଙ୍କ ପରିବାର ଲୋକଙ୍କ ନାମ ‘ଆଲୋକ’ ସଂପର୍କିତ। ତାଙ୍କ ବାପାଙ୍କ ନାମ ପ୍ରକାଶ। ତାଙ୍କ ମା’ଙ୍କ ନାଁ ଉଜାଲା। ତାଙ୍କ ଭଉଣୀଙ୍କ ନାଁ ଅନୀଶା। ଦୀପିକାଙ୍କ ନାଁର ଅର୍ଥ ଆଲୋକ।

ଦୀପିକାଙ୍କ ଆଗାମୀ ଫିଲ୍ମ ‘ପଦ୍ମାବତୀ’ରେ ରଣବୀର ସିଂହ ଓ ସାହିଦ୍‌ କପୁର ମୁଖ୍ୟ ଭୂମିକାରେ ଅଛନ୍ତି।

Related story