ନାମାଙ୍କନ ଭରିଲେ ଦିଗବିଜୟ ସିଂହ

ଭୋପାଲ: ମଧ୍ୟପ୍ରଦେଶର ଭୋପାଲ ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ ସାଂସଦ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ ବିଜୟ ସିଂହ। Filed my nominations from Bhopal Lok Sabha constituency today. I thank everyone for enriching the day with their love and adulation! pic.twitter.com/4wURAdkPN4 — digvijaya singh (@digvijaya_28) April 20, 2019 ନିଜ ସମର୍ଥକଙ୍କ ସହ ଏକ ବିଶାଳ ରାଲି କରିବା ପରେ ଜିଲ୍ଲାପାଳଙ୍କ […]

digvijay singh

Subhransu Sekhar
  • Published: Saturday, 20 April 2019
  • , Updated: 20 April 2019, 11:01 PM IST

ଭୋପାଲ: ମଧ୍ୟପ୍ରଦେଶର ଭୋପାଲ ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ ସାଂସଦ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ ବିଜୟ ସିଂହ।

ନିଜ ସମର୍ଥକଙ୍କ ସହ ଏକ ବିଶାଳ ରାଲି କରିବା ପରେ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଭରିଥିଲେ କଂଗ୍ରେସର ଏହି ବରିଷ୍ଠ ନେତା। ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ଦିଗବିଜୟ ଓ ତାଙ୍କ ସ୍ତ୍ରୀ ଅମ୍ରିତା ସିଂହ ସ୍ଥାନୀୟ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

ଦିଗବିଜୟ ସିଂହଙ୍କ ବିରୋଧରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ସାଧ୍ୱୀ ପ୍ରଜ୍ଞା ଠାକୁର। ସାଧ୍ୱୀ ପ୍ରାର୍ଥୀପତ୍ର ଦାଖଲ କେବେ ନାମାଙ୍କନ ଭରିବେ ସୂଚନା ମିଳି ନାହିଁ।  ମେ ୧୨ରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଭୋପାଲ ଲୋକସଭା ଆସନ ପାଇଁ ମତଦାନ ହେବ।

Related story