ଜମ୍ମୁ : ଜଙ୍ଗଲରେ ବ୍ୟାପୁଛି ନିଆଁ

ଜମ୍ମୁ: ଜାମ୍ମୁକାଶ୍ମୀରର ଉଦ୍ଧମପୁର ଜିଲ୍ଲାର ତନ୍ଦର ଜଙ୍ଗଲରେ ବ୍ୟାପୁଛି ନିଆଁ ଲାଗିବା ଫଳରେ  ଲକ୍ଷାଧିକ ଟଙ୍କାର ପ୍ରାକୃତିକ ସଂପତ୍ତି ନଷ୍ଟ ହେବା ସହ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ  ଅଛନ୍ତି।  ୩ରୁ ୪ ଦିନ ଧରି ଲାଗିଥିବା ଏଇ ନିଆଁକୁ ଆୟତ୍ତ କରିବା ପାଇଁ  ବନବିଭାଗ ଓ  ସ୍ଥାନୀୟ ଅଞ୍ଚଳବାସୀ ଦିନ ରାତି ମିଶି ପ୍ରୟାସ ଚଲାଇଛନ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ  ନିଆଁ ବ୍ୟାପୁଥିବା ଲୋକେ କହିଛନ୍ତି । ଏହା ସହ ଜଙ୍ଗଲରେ କିଛି ସ୍ଥାନୀୟ ଲୋକମାନେ  […]

fire

Tapas Behera
  • Published: Sunday, 01 May 2022
  • , Updated: 01 May 2022, 10:21 PM IST

ଜମ୍ମୁ: ଜାମ୍ମୁକାଶ୍ମୀରର ଉଦ୍ଧମପୁର ଜିଲ୍ଲାର ତନ୍ଦର ଜଙ୍ଗଲରେ ବ୍ୟାପୁଛି ନିଆଁ ଲାଗିବା ଫଳରେ  ଲକ୍ଷାଧିକ ଟଙ୍କାର ପ୍ରାକୃତିକ ସଂପତ୍ତି ନଷ୍ଟ ହେବା ସହ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ  ଅଛନ୍ତି।  ୩ରୁ ୪ ଦିନ ଧରି ଲାଗିଥିବା ଏଇ ନିଆଁକୁ ଆୟତ୍ତ କରିବା ପାଇଁ  ବନବିଭାଗ ଓ  ସ୍ଥାନୀୟ ଅଞ୍ଚଳବାସୀ ଦିନ ରାତି ମିଶି ପ୍ରୟାସ ଚଲାଇଛନ୍ତି । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ  ନିଆଁ ବ୍ୟାପୁଥିବା ଲୋକେ କହିଛନ୍ତି । ଏହା ସହ ଜଙ୍ଗଲରେ କିଛି ସ୍ଥାନୀୟ ଲୋକମାନେ  ନିଆଁ ଲଗେଇଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ରେଞ୍ଜ ଅଫିସର ଆୟୁଷ ଗୁପ୍ତା  ନିଆଁ  ଲିଭାବାକୁ ଓ ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ  ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

ସେଇଭଳି ଜାମ୍ମୁ କାଶ୍ମୀରର ରଜୌରୀ ଜିଲ୍ଲାର ଅଗ୍ରତି ସାୱନୀ ଅଂଚଳରେ ମଧ୍ୟ  ଜଳୁଛି ଜଙ୍ଗଲ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଜଙ୍ଗଲରେ ନିଆଁ ବ୍ୟାପୁଥିବାବେଳେ  ଏନେଇ ବହୁ ମୂଲ୍ୟବାନ ଗଛ ଜଳିପୋଡି ନଷ୍ଟ ହେଉଛି ।

ଏହାସହ ଜୀବଜନ୍ତୁଙ୍କ ଜୀବନ  ପ୍ରତି ମଧ୍ୟ ବିପଦ ରହିଥିବା ସ୍ଥାନୀୟଲୋକେ କହିଛନ୍ତି । ଜଙ୍ଗଲ ନିଆଁ ଲିଭାଇବା ପାଇଁ  ବନବିଭାଗ ଓ ସ୍ଥାନୀୟ ଲୋକମାନେ ଚେଷ୍ଟା ଜାରି ରଖିଛନ୍ତି । ତେବେ ଜଙ୍ଗଲକୁ ଲାଗି  ଗାଁଗଣ୍ଡା ଥିବାରୁ ନିଆଁ ବ୍ୟାପିବାର ଆଶଙ୍କା କରୁଛନ୍ତି ଅଞ୍ଚଳବାସୀ।

Related story