ଚଳିତବର୍ଷ ମନରେଗାରେ ୧ ଲକ୍ଷ ପୋଖରୀ ଖୋଳି କାମ ଯୋଗାଇବେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ଅନ୍ୟ ରାଜ୍ୟରୁ ଶ୍ରମିକଙ୍କ ଘରବାହୁଡ଼ା ଓ ଗ୍ରାମାଞ୍ଚଳରେ କର୍ମସଂସ୍ଥାନ ଯୋଗାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଏକ ଲକ୍ଷ ଚାଷ ପୋଖରୀ ଖୋଳାଯିବ। ଏଥିପାଇଁ ଆଜି ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆଜି ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ରାଜ୍ୟରେ ଶ୍ରମର ଅଭାବ ନାହିଁ। ଅନ୍ୟ ରାଜ୍ୟରୁ ଫେରୁଥିବା ଶ୍ରମିକମାନଙ୍କୁ ଏଠାରେ […]

pond

Manoranjan Sial
  • Published: Tuesday, 05 May 2020
  • , Updated: 05 May 2020, 08:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଯୋଗୁ ଅନ୍ୟ ରାଜ୍ୟରୁ ଶ୍ରମିକଙ୍କ ଘରବାହୁଡ଼ା ଓ ଗ୍ରାମାଞ୍ଚଳରେ କର୍ମସଂସ୍ଥାନ ଯୋଗାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଏକ ଲକ୍ଷ ଚାଷ ପୋଖରୀ ଖୋଳାଯିବ। ଏଥିପାଇଁ ଆଜି ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଆଜି ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ରାଜ୍ୟରେ ଶ୍ରମର ଅଭାବ ନାହିଁ। ଅନ୍ୟ ରାଜ୍ୟରୁ ଫେରୁଥିବା ଶ୍ରମିକମାନଙ୍କୁ ଏଠାରେ କାମ ଯୋଗାଇ ଦିଆଯିବ। ମନରେଗା ଯୋଜନାରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଗଞ୍ଜାମ, କେନ୍ଦ୍ରାପଡ଼ା, ଭଦ୍ରକ, ବଲାଙ୍ଗିର, ଯାଜପୁର ଓ ବାଲେଶ୍ୱର ପରି ଜିଲ୍ଲାକୁ ସର୍ବାଧିକ ଶ୍ରମିକଙ୍କ ଘରବାହୁଡ଼ା ହୋଇଥିବାରୁ ସେସବୁ ଜିଲ୍ଲା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ। ଗ୍ରାମାଞ୍ଚଳରେ ସବୁ ପ୍ରକାର ଶ୍ରମଭିତ୍ତିକ କାର୍ଯ୍ୟ ଚାଲିବ। କେବଳ ରେଡ୍ ଜୋନ୍ ଜିଲ୍ଲାର ସହରାଞ୍ଚଳ ଓ ମ୍ୟୁନିସପାଲ କର୍ପୋରେସନ ଅଂଚଳରେ ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକ ଶ୍ରମିକ ଯଦି ସେହି ଅଂଚଳରେ ରହୁଛନ୍ତି, ତେବେ ସେମାନଙ୍କୁ ନେଇ ନିର୍ମାଣ କାର୍ଯ୍ୟ କରାଯାଇପାରିବ। ରେଡ୍ ଜୋନର ସହରାଂଚଳଗୁଡ଼ିକୁ ବାହାରୁ କୌଣସି ଶ୍ରମିକଙ୍କୁ ଅଣାଯାଇ ପାରିବ ନାହିଁ। ଆନ୍ତଃଜିଲ୍ଲା ଶ୍ରମିକ ଯାତାୟତକୁ ବାଧାମୁକ୍ତ କରିବା ନିମନ୍ତେ ସରକାର ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ କର୍ଫ୍ୟୁ ଭଳି ପରିସ୍ଥିତି ଜାରି ରହିବା ହେତୁ ଶ୍ରମିକମାନଙ୍କୁ ନିୟୋଜିତ କରିଥିବା ମାଲିକ, ଠିକାଦାର ଓ ଅନ୍ୟାନ୍ୟ କର୍ମଚାରୀମାନେ ସନ୍ଧ୍ୟା ୬ଟା ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାହାଫଳରେ ସନ୍ଧ୍ୟା ୭ଟା ପୂର୍ବରୁ ସେମାନଙ୍କୁ ଘରକୁ ଫେରିଯାଇ ପାରିବେ।

ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଶ୍ରମ ଆୟୁକ୍ତଙ୍କ ଅଧୀନରେ ଏକ ହେଲପଲାଇନ-୧୮୦୦୩୪୫୬୭୦୩ ଓ ହ୍ୱାଟସଅପ-୭୦୦୮୧୧୦୭୧୭ ଖୋଲାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି।

Related story