‘କରୋନା ସମ୍ପର୍କରେ ଗୁଜବ ପ୍ରଚାର କଲେ ତାହା ଅପରାଧ ବିବେଚିତ ହେବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର କରାଳ ରୂପ ଦେଖି ସମଗ୍ର ବିଶ୍ୱବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଏପରି ସ୍ଥିତିରେ ଏହାକୁ ନେଇ କୌଣସି ଗୁଜବ ପ୍ରଚାର କଲେ ତାହା ଅପରାଧ ବିବେଚିତ ହେବ। କରୋନା ମୁକାବିଲା ଲାଗି ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ରେଗୁଲେସନରେ ଏହା ଉଲ୍ଲେଖ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିବା ବେଳେ  ସ୍ୱାସ୍ଥ୍ୟ […]

corona

Niharika Rout
  • Published: Friday, 13 March 2020
  • , Updated: 13 March 2020, 02:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର କରାଳ ରୂପ ଦେଖି ସମଗ୍ର ବିଶ୍ୱବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଏପରି ସ୍ଥିତିରେ ଏହାକୁ ନେଇ କୌଣସି ଗୁଜବ ପ୍ରଚାର କଲେ ତାହା ଅପରାଧ ବିବେଚିତ ହେବ। କରୋନା ମୁକାବିଲା ଲାଗି ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ରେଗୁଲେସନରେ ଏହା ଉଲ୍ଲେଖ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିବା ବେଳେ  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ରେଗୁଲେସନ।

ସବଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାକୁ ଲାଗିଥିବା ବେଳେ ରାଜ୍ୟ ସରକାର ଏଥିନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ରେଗୁଲେସନ ଅନୁଯାୟୀ, ସବୁ ସରକାରୀ, ଘରୋଇ ହସ୍ପିଟାଲରେ ସନ୍ଦିଗ୍ଧଙ୍କ ପାଇଁ ବ୍ୟବସ୍ଥା ରହିବ। ସମସ୍ତ ସନ୍ଦିଗ୍ଧଙ୍କ ସବୁପ୍ରକାର ତଥ୍ୟ ହସ୍ପିଟାଲ ରଖିବ। କୌଣସି ଘରୋଇ ଲ୍ୟାବ୍‌ରେ କରୋନା ପରୀକ୍ଷାକୁ ଅନୁମତି ନାହିଁ।

କରୋନା ଆକ୍ରାନ୍ତ ଦେଶକୁ ଗସ୍ତ କରିଥିଲେ ସେ ସମ୍ପର୍କରେ ନିଜେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ସମ୍ପୃକ୍ତ ବ୍ୟକ୍ତି ମେଡିକାଲ କର୍ତ୍ତୃପକ୍ଷ ସ୍ଥାନୀୟ ଅଧିକାରୀଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶନାମା ତତ୍କାଳ ଲାଗୁ ହୋଇଥିବା ବେଳେ ୧ ବର୍ଷ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Related story