୫୦ କୋଟି କ୍ଲବ ଛୁଇଁବା ପ୍ରସ୍ତୁତିରେ 'ଗଲିବୟ'

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଗଲିବୟ’ ବକ୍ସ ଅଫିସ୍‌ରେ ଧମାକେଦାର ପ୍ରଦର୍ଶନ କରୁଛି। ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ରିଲିଜ ହେବାର ପ୍ରଥମ ୨ ଦିନରେ ପ୍ରାୟ ୩୨ କୋଟି ୫୦ ଲକ୍ଷ ଟଙ୍କାର ଆୟ କରିସାରିଥିଲା। ଫିଲ୍ମଟି ଗୁରୁବାର ୧୯ କୋଟି ୪୦ ଲକ୍ଷ ଟଙ୍କାର ବିଜନେସ୍‌ କରିଛି ଓ ଶୁକ୍ରବାର ଏହା ୧୩ କୋଟି ୧୦ ଲକ୍ଷ ଟଙ୍କା ଆୟ କରିଛି। ତେବେ ୱିକେଣ୍ଡରେ ଏହା […]

gully-boy

Chinmayee Roy
  • Published: Sunday, 17 February 2019
  • , Updated: 17 February 2019, 03:19 PM IST

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଗଲିବୟ’ ବକ୍ସ ଅଫିସ୍‌ରେ ଧମାକେଦାର ପ୍ରଦର୍ଶନ କରୁଛି। ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ରିଲିଜ ହେବାର ପ୍ରଥମ ୨ ଦିନରେ ପ୍ରାୟ ୩୨ କୋଟି ୫୦ ଲକ୍ଷ ଟଙ୍କାର ଆୟ କରିସାରିଥିଲା। ଫିଲ୍ମଟି ଗୁରୁବାର ୧୯ କୋଟି ୪୦ ଲକ୍ଷ ଟଙ୍କାର ବିଜନେସ୍‌ କରିଛି ଓ ଶୁକ୍ରବାର ଏହା ୧୩ କୋଟି ୧୦ ଲକ୍ଷ ଟଙ୍କା ଆୟ କରିଛି। ତେବେ ୱିକେଣ୍ଡରେ ଏହା ଆହୁରି ଭଲ ପ୍ରଦର୍ଶନ କରିବ ଓ ୫୦ କୋଟି ଆୟ କରିବ ବୋଲି ଆଶା କରାଯାଉଛି।

https://twitter.com/taran_adarsh/status/1096687136579801088

ଦେଶର ୩ ହଜାର ୩୫୦ଟି ସ୍କ୍ରିନ୍‌ରେ ‘ଗଲିବୟ’କୁ ରିଲିଜ୍‌ କରାଯାଇଛି। ଶୁଣିବାକୁ ମିଳୁଛି ଯେ, ଗତ ଶନିବାର ଫିଲ୍ମଟି ୧୭ କୋଟି ୫୦ ଲକ୍ଷ ଟଙ୍କା ଆୟ କରିଛି। ହେଲେ ଏଯାଏ ଏହାର ବକ୍ସ ଅଫିସ୍‌ ଅଫିସିଆଲ କଲେକ୍ସନ୍ ଜଣାପଡ଼ି ନାହିଁ।

‘ଗଲିବୟ’ ଜରିଆରେ ପ୍ରଥମଥର ପାଇଁ ଆଲିଆ ଏବଂ ରଣବୀର ସିଂହ ସ୍କ୍ରିନ୍ ସେୟାର କରିଛନ୍ତି। ଫିଲ୍ମରେ ରଣବୀରଙ୍କୁ ଜଣେ ଷ୍ଟ୍ରଗଲର ଭାବେ ଉପସ୍ଥାପିତ କରାଯାଇଛି। ଜଣେ ଭଲ ରାପର୍ ହେବାକୁ ଚାହୁଁଥିବା ରଣବୀର କିଭଳି ଗଲିବୟରୁ ରାପର୍ ହୋଇପାରିଛନ୍ତି ତାହା ହେଉଛି ଏହି ପିଲ୍ମର କାହାଣୀ। ଏଥିରେ ରହିଛି ଭରପୁର ଫ୍ୟାମଲି ଡ୍ରାମା। ସବୁ ଦୃଷ୍ଟିରୁ କହିବାକୁ ଗଲେ ଏହାକୁ ଯୁବଗୋଷ୍ଠୀ ବେଶ୍ ପସନ୍ଦ କରୁଛନ୍ତି।

Related story