‘ଫି ଦେଇ ନଥିଲେ ବି ଅନ୍‌ଲାଇନ୍‌ ପାଠପଢ଼ା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଇଡି, ପାସଓ୍ୱାର୍ଡ ଦିଅ’

କଟକ(ଓଡ଼ିଶା ରିପୋର୍ଟର): କୋରନା ଭଳି କଠିନ ସମୟରେ ବିଭିନ୍ନ ବେସରକାରୀ ସ୍କୁଲମାନଙ୍କରେ ଅହେତୁକ ଫି ବୃଦ୍ଧିକୁ ନେଇ ଦାୟର ରିଟ ପିଟିସନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ । ଏହି ମାମଲାର ଶୁଣାଣି କରି କେନ୍ଦ୍ର ସରକାର, CBSE , ICSE, ରାଜ୍ୟ ଗଣ ଶିକ୍ଷା ସଚିବ ଓ ଅନ୍ୟାନ୍ୟ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଅନ୍‌ଲାଇନ୍‌ ପାଠପଢ଼ା ଜାରି ରଖିବା ପାଇଁ ଫି ଦେଇ ନଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଇଡି […]

hc-2--1

hc-2--1

Niharika Rout
  • Published: Wednesday, 13 May 2020
  • Updated: 13 May 2020, 11:40 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କୋରନା ଭଳି କଠିନ ସମୟରେ ବିଭିନ୍ନ ବେସରକାରୀ ସ୍କୁଲମାନଙ୍କରେ ଅହେତୁକ ଫି ବୃଦ୍ଧିକୁ ନେଇ ଦାୟର ରିଟ ପିଟିସନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ । ଏହି ମାମଲାର ଶୁଣାଣି କରି କେନ୍ଦ୍ର ସରକାର, CBSE , ICSE, ରାଜ୍ୟ ଗଣ ଶିକ୍ଷା ସଚିବ ଓ ଅନ୍ୟାନ୍ୟ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ ।

ଅନ୍‌ଲାଇନ୍‌ ପାଠପଢ଼ା ଜାରି ରଖିବା ପାଇଁ ଫି ଦେଇ ନଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଇଡି ଓ ପାସଓ୍ୱାର୍ଡ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଲକଡାଉନ୍ ପରିସ୍ଥିତିରେ ୪ ମାସ ପାଇଁ ସ୍କୁଲ୍ ଫି ଓ କେତେକ ସ୍କୁଲ୍‌ରେ ନିଆଯାଉଥିବା ଆନୁଷଙ୍ଗିକ ଫି ଛାଡ କରିବାକୁ ଆବେଦନ ହୋଇଥିଲା ।

ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟଙ୍କ ପକ୍ଷରୁ ହୋଇଥିବା ଆବେଦନରେ ବୃଦ୍ଧି କରାଯାଇଥିବା ଟିଉସନ୍ ଫି ପ୍ରତ୍ୟାହାର କରିବା ପାଇଁ ଉଲ୍ଲେଖ ରହିଥିଲା। ଆସନ୍ତା ୨୬  ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos