ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମ ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ଜମି ଅଧିଗ୍ରହଣକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ, ଡିସେମ୍ବରରୁ ବଲାଙ୍ଗିର ପଟରୁ ଆରମ୍ଭ ହେବ କାମ

ଭୁବନେଶ୍ୱର: ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ, ବାଣିଜ୍ୟ ଓ ପରିବହନ ବିଭାଗକୁ ଏଥିପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକ ପରେ ଇଷ୍ଟକୋଷ୍ଟ ଜିଏମ୍ ସୂଚନା ଦେଇ କହିଛନ୍ତି ଯେ, ୨୦୧୬ ଜୁନ୍ ସୁଦ୍ଧା ବୋଲଗଡ଼ ପର୍ଯ୍ୟନ୍ତ କାମ ଶେଷ ହେବ। ୨୦୧୭ ମାର୍ଚ୍ଚ ସୁଦ୍ଧା ନୟାଗଡ଼ ପର୍ଯ୍ୟନ୍ତ ରେଳପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବ। […]

bolangir

Rakesh Mallick
  • Published: Tuesday, 17 November 2015
  • , Updated: 17 November 2015, 10:00 AM IST

ଭୁବନେଶ୍ୱର: ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ, ବାଣିଜ୍ୟ ଓ ପରିବହନ ବିଭାଗକୁ ଏଥିପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକ ପରେ ଇଷ୍ଟକୋଷ୍ଟ ଜିଏମ୍ ସୂଚନା ଦେଇ କହିଛନ୍ତି ଯେ, ୨୦୧୬ ଜୁନ୍ ସୁଦ୍ଧା ବୋଲଗଡ଼ ପର୍ଯ୍ୟନ୍ତ କାମ ଶେଷ ହେବ। ୨୦୧୭ ମାର୍ଚ୍ଚ ସୁଦ୍ଧା ନୟାଗଡ଼ ପର୍ଯ୍ୟନ୍ତ ରେଳପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବ। ଆସନ୍ତା ମାସରୁ ବଲାଙ୍ଗିର ପଟରୁ କାମ ଆରମ୍ଭ ହେବ ବୋଲି ଇଷ୍ଟକୋଷ୍ଟ ଜିଏମ୍ ସୂଚନା ଦେଇଛନ୍ତି। ଏଥିପାଇଁ ପୂର୍ବତଟ ରେଳବାଇକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୯ କିଲୋମିଟର ଜମି ଏବଂ ୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ବର୍ତ୍ତମାନ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ରାଜସୁନାଖଳା ପର୍ଯ୍ୟନ୍ତ ପ୍ରାୟ ୪୧ କିଲୋମିଟର ଯାଏଁ କାମ ସମ୍ପୂର୍ଣ୍ଣ ହୋଇଛି। ଏହି ରବରେ ବର୍ତ୍ତମାନ ୨ଟି ଟ୍ରେନ୍ ଚଳାଚଳ କରୁଛି। ସେହିପରି ଦଶପଲ୍ଲା- ବଲାଙ୍ଗିର ପର୍ଯ୍ୟାୟ ପାଇଁ ବିଭିନ୍ନ ସ୍ତରରେ କାମ ଜାରି ରହିଛି। ଏହି ପ୍ରକଳ୍ପର ସମୁଦାୟ ବ୍ୟୟ ୨ହଜାର କୋଟି ଟଙ୍କା ଥିବାବେଳେ ୫୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ଉନ୍ନୟନ କମିଶନର, ଇଷ୍ଟକୋଷ୍ଟ ରେଳବାଇ ଜିଏମଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Related story