କେରଳ: ପୁତ୍ତିଙ୍ଗଲ ମନ୍ଦିରରେ ବିସ୍ଫୋରଣ,୧୦୨ମୃତ, ୩୫୦ ଆହତ

ତିରୁଅନନ୍ତପୁରମ: କେରଳର କୋଲ୍ଲାମର ପାରାଭୁର ସ୍ଥିତ ପୁତ୍ତିଙ୍ଗଲ ମନ୍ଦିରରେ ରବିବାର ଭୋର୍ ପ୍ରାୟ ସାଢ଼େ ୩ଟା ବେଳେ ବାଣ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟି ୧୦୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୧୦୦ ଜଣଙ୍କୁ କୋଲ୍ଲାମ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି କୋଲ୍ଲାମର ବିଭିନ୍ନ ଘରୋଇ ଡାକ୍ତରଖାନାରେ ମଧ୍ୟ ଅନେକ ଆହତଙ୍କୁ ଭର୍ତ୍ତି କରାଯାଇଛି। ଏହା ବ୍ୟତୀତ ତିରୁଅନନ୍ତପୁରମ୍ ମେଡିକାଲ୍ କଲେଜ୍ ହସ୍‌ପିଟାଲ୍‌ରେ ଅନେକ ଆହତଙ୍କୁ […]

kerala

kerala

Rakesh Mallick
  • Published: Sunday, 10 April 2016
  • Updated: 10 April 2016, 09:12 AM IST

ତିରୁଅନନ୍ତପୁରମ: କେରଳର କୋଲ୍ଲାମର ପାରାଭୁର ସ୍ଥିତ ପୁତ୍ତିଙ୍ଗଲ ମନ୍ଦିରରେ ରବିବାର ଭୋର୍ ପ୍ରାୟ ସାଢ଼େ ୩ଟା ବେଳେ ବାଣ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟି ୧୦୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫୦ରୁ ଅଧିକ ଆହତ ହୋଇଛନ୍ତି।

ଆହତମାନଙ୍କ ମଧ୍ୟରୁ ୧୦୦ ଜଣଙ୍କୁ କୋଲ୍ଲାମ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି କୋଲ୍ଲାମର ବିଭିନ୍ନ ଘରୋଇ ଡାକ୍ତରଖାନାରେ ମଧ୍ୟ ଅନେକ ଆହତଙ୍କୁ ଭର୍ତ୍ତି କରାଯାଇଛି। ଏହା ବ୍ୟତୀତ ତିରୁଅନନ୍ତପୁରମ୍ ମେଡିକାଲ୍ କଲେଜ୍ ହସ୍‌ପିଟାଲ୍‌ରେ ଅନେକ ଆହତଙ୍କୁ ଭର୍ତ୍ତି କରାଯାଇଛି। ବିସ୍ଫୋରଣରେ ଆହତ ଅନେକ ବ୍ୟକ୍ତି ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ପ୍ରାଣ ହରାଇଥିଲେ।

ମନ୍ଦିର ପରିସରରେ ଏକ ଷ୍ଟୋର୍‌ଘରେ ଥିବା ବାଣରେ ନିଆଁ ଲାଗିଯିବା ଯୋଗୁଁ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ତୀବ୍ରତା ଏତେ ଜୋର ଥିଲା ଯେ ନିକଟରେ ଥିବା ଦେବାସ୍ତୋମ ବୋର୍ଡର କୋଠାଟି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା।

ଗତକାଲି  ନବରାତ୍ରି ପାଇଁ ମନ୍ଦିରରେ  ରାତି ପ୍ରାୟ  ୧୧ଟା ୪୫ ମିନିଟରେ ଆତସବାଜି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହାକୁ ଦେଖିବାକୁ ଲୋକମାନଙ୍କର ଭିଡ଼ ହୋଇଥିଲା। ବିସ୍ଫୋରଣ ଘଟିବା ପର୍ଯ୍ୟନ୍ତ ସେଠାରେ ଆତସବାଜି ଚାଲିଥିଲା।

କେରଳ ମୁଖ୍ୟମନ୍ତ୍ରୀ ଓମାନ ଚଣ୍ଡି ଓ ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଏଭଳି ଦୁଖଃଦ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡି ମୃତ ଓ ଆହତଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।  ସେ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭା ନିର୍ବାଚନ ପାଇଁ କେରଳରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ମୃତକଙ୍କ ପରିବାରର ତଥା ଆହତଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ନିର୍ବାଚନ କମିଶନଙ୍କ ସହ ସେ ଆଲୋଚନା କରିବେ ବୋଲି କହିଛନ୍ତି।

ଏହି ଘଟଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। ମୃତ ଓ ଆହତଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଆହତମାନଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ସେ ଘୋଷଣା କରିଛନ୍ତି। ଏହା ସହିତ ଆଜି କୋଲ୍ଲାମ ଯାଇ ସ୍ଥିତିର ସମୀକ୍ଷା କରିବେ ବୋଲି ମଧ୍ୟ ସେ ଟ୍ୱିଟ୍ କରି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story