ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ସବୁ ମଣ୍ଡିରୁ ଧାନ କିଣାଯିବ: ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ସବୁ ମଣ୍ଡିରୁ ଧାନ ଉଠିଯିବ।  ଏଭଳି ଗ୍ୟାରେଣ୍ଟି ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସମ୍ବଲପୁରରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗ ଦେବା ଅବସରେ ଗଣମାଧ୍ୟମକୁ ଏହା କହିଛନ୍ତି ଯୋଗାଣ ମନ୍ତ୍ରୀ। ମିଲର୍ସ ମାନେ ଚାଷୀଙ୍କୁ ଯେତେ ହଇରାଣ କଲେ ବି ଧାନ କିଣା ରୋକି ପାରିବେ ନାହିଁ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୩ ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଛି।

ଏବେ ସୁଦ୍ଧା ଚାଷୀଙ୍କୁ ଧାନ କିଣା ବାବଦରେ ସରକାର ୫ହଜାର କୋଟି ଟଙ୍କା ପ୍ରଦାନ କରିସାରିଲେଣି।  ଗତବର୍ଷ ରାଜ୍ୟରେ ୧୦ ଲକ୍ଷ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଏବର୍ଷ ୧୨ଲକ୍ଷ ୫୦ ହଜାର ଚାଷୀ ପଞ୍ଜିକୃତ ହୋଇଛନ୍ତି।  ଟୋକନ ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଏହା ଏକ ଅଭିନବ ବ୍ୟବସ୍ଥ॥  ଏନେଇ ବିଭାଗ ୨୪ ଘଣ୍ଟା କା।ର୍ଯ୍ୟ କରୁଛି।  ଟୋକନ ସମସ୍ୟା ପାଇଁ ପଶ୍ଚିମ ଓଡ଼ିଶାରେ ଧାନ ବିକ୍ରି କରି ନ ପାରି ଚାଷୀ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଉଥିବା ବେଳେ ମନ୍ତ୍ରୀ ଏବେ ମାର୍ଚ୍ଚ ଶେଷ ସୁଦ୍ଧା ସବୁମଣ୍ଡିରୁ ଧାନ କିଣାଯିବା ନେଇ ଗ୍ୟାରେଣ୍ଟି ଦେଇଛନ୍ତି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।