ହତ୍ୟା ମାମଲା: ବିଧାୟକ ମୁକ୍ତିକାନ୍ତଙ୍କୁ ଅଭିଯୁକ୍ତ ଭାବେ ବିବେଚନା କରି ଶୁଣାଣି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଏକ ପୁରୁଣା ହତ୍ୟା ମାମଲାକୁ ନେଇ ଧାମନଗର ବିଜେଡି ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଅଡୁଆରେ ପଡିଛନ୍ତି। ୨୦୦୨ ମସିହାରେ ହୋଇଥିବା ଏକ ହତ୍ୟାକାଣ୍ଡରେ ତାଙ୍କୁ ଅଭିଯୁକ୍ତ ଭାବେ ବିବେଚନା କରି ୬ ମାସ ମଧ୍ୟରେ ବିଚାର ସାରିବାକୁ ଭଦ୍ରକ ସେସନସ୍‌ କୋର୍ଟକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୦୨ ନଭେମ୍ବର ୩ ତାରିଖରେ ବାସୁଦେବପୁର ଥାନା ସୁଗୋ ଗ୍ରାମର ନିରଞ୍ଜନ ଜେନା ନାମକ ଜଣେ ଟ୍ରକ୍‌ ହେଲପରକୁ ଅପହରଣ ପରେ ହତ୍ୟା କରାଯାଇଥିଲା। ମୃତ ନିରଞ୍ଜନଙ୍କ ଦାବା […]

highcourt

Rakesh Mallick
  • Published: Tuesday, 20 September 2016
  • , Updated: 21 September 2016, 05:53 PM IST

କଟକ: ଏକ ପୁରୁଣା ହତ୍ୟା ମାମଲାକୁ ନେଇ ଧାମନଗର ବିଜେଡି ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଅଡୁଆରେ ପଡିଛନ୍ତି। ୨୦୦୨ ମସିହାରେ ହୋଇଥିବା ଏକ ହତ୍ୟାକାଣ୍ଡରେ ତାଙ୍କୁ ଅଭିଯୁକ୍ତ ଭାବେ ବିବେଚନା କରି ୬ ମାସ ମଧ୍ୟରେ ବିଚାର ସାରିବାକୁ ଭଦ୍ରକ ସେସନସ୍‌ କୋର୍ଟକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୦୨ ନଭେମ୍ବର ୩ ତାରିଖରେ ବାସୁଦେବପୁର ଥାନା ସୁଗୋ ଗ୍ରାମର ନିରଞ୍ଜନ ଜେନା ନାମକ ଜଣେ ଟ୍ରକ୍‌ ହେଲପରକୁ ଅପହରଣ ପରେ ହତ୍ୟା କରାଯାଇଥିଲା। ମୃତ ନିରଞ୍ଜନଙ୍କ ଦାବା ଦୁଃଶାସନ ଜେନା ତାଙ୍କ ଏତଲାରେ ମୁକ୍ତିକାନ୍ତଙ୍କ ସମେତ ୬ ଜଣଙ୍କ ନାଁ ଦର୍ଶାଇଥିଲେ। ପୋଲିସ ତଦନ୍ତ ବେଳେ ଚାର୍ଜସିଟ୍‌ରୁ ମୁକ୍ତିକାନ୍ତ ଏବଂ ନେପାଳ ବାରିକଙ୍କ ନାଁ ବାଦ୍‌ ପଡିଥିଲା। ଏହାକୁ ବିରୋଧ କରି ଦୁଃଶାସନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୦୭ ମସିହାରେ ମାମଲାର ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ ନିମ୍ନ ଅଦାଲତଙ୍କ ବିଚାର ପ୍ରକ୍ରିୟା ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଥିଲେ। ଆଜି ଏହାର ପୂର୍ଣ୍ଣଙ୍ଗ ଶୁଣାଣି କରି ଉଭୟଙ୍କୁ ଅନ୍ୟତମ ଅଭିଯୁକ୍ତ ଭାବେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related story