ବଦଳିଲା ୯୨ ବର୍ଷର ପରମ୍ପରା: ସାଧାରଣ ବଜେଟ୍‌ ସହ ମିଶି ଆସିବ ରେଳ ବଜେଟ୍‌

ନୂଆଦିଲ୍ଲୀ: ଆଉ ପୃଥକ ଭାବେ ରେଳ ବଜେଟ୍‌ ଉପସ୍ଥାପନ କରାଯିବ ନାହିଁ। ଏଣିକି ରେଳ ବଜେଟ୍‌କୁ ସାଧାରଣ ବଜେଟ୍‌ରେ ମିଶାଇ ଦେବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ସେହିପରି ଏଣିକି ଫେବୃୟାରୀ ୨୮ ବଦଳରେ ଫେବୃୟାରୀ ପହିଲାରେ ବାର୍ଷିକ ବଜେଟ୍‌ ଉପସ୍ଥାପନ କରାଯିବ। ଏପ୍ରିଲ ପହିଲାରେ ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ ବାର୍ଷିକ ବ୍ୟୟ ବରାଦ ଓ ଟିକସ୍‌ ପ୍ରସ୍ତାବକୁ ମଞ୍ଜୁରୀ ଦେବା ଲକ୍ଷ୍ୟରେ ଏହା କରାଯାଇଛି। ରେଳ ବଜେଟ୍‌ ସାଧାରଣ ବଜେଟ୍‌ରେ ମିଶିବାକୁ […]

cabinet

Rakesh Mallick
  • Published: Wednesday, 21 September 2016
  • , Updated: 21 September 2016, 10:35 PM IST

ନୂଆଦିଲ୍ଲୀ: ଆଉ ପୃଥକ ଭାବେ ରେଳ ବଜେଟ୍‌ ଉପସ୍ଥାପନ କରାଯିବ ନାହିଁ। ଏଣିକି ରେଳ ବଜେଟ୍‌କୁ ସାଧାରଣ ବଜେଟ୍‌ରେ ମିଶାଇ ଦେବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ସେହିପରି ଏଣିକି ଫେବୃୟାରୀ ୨୮ ବଦଳରେ ଫେବୃୟାରୀ ପହିଲାରେ ବାର୍ଷିକ ବଜେଟ୍‌ ଉପସ୍ଥାପନ କରାଯିବ। ଏପ୍ରିଲ ପହିଲାରେ ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ ବାର୍ଷିକ ବ୍ୟୟ ବରାଦ ଓ ଟିକସ୍‌ ପ୍ରସ୍ତାବକୁ ମଞ୍ଜୁରୀ ଦେବା ଲକ୍ଷ୍ୟରେ ଏହା କରାଯାଇଛି।

ରେଳ ବଜେଟ୍‌ ସାଧାରଣ ବଜେଟ୍‌ରେ ମିଶିବାକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିବା ପରେ ୯୨ ବର୍ଷର ପରମ୍ପରା ବଦଳିବାକୁ ଯାଉଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଗୋଟିଏ ବଜେଟ୍‌ ଆଗତ କରାଯିବ। ସାଧାରଣ ବଜେଟ୍‌ ତୁଳନାରେ ରେଳ ବଜେଟ୍‌ର ଆକାର କମି କମି ଯାଉଥିବାରୁ ଉଭୟର ମିଶ୍ରଣ ପାଇଁ ନୀତି ଆୟୋଗ ମତ ଦେଇଥିଲା।

ରେଳମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି, “ଦେଶର ବିକାଶ ପ୍ରକ୍ରିୟାରେ ରେଳବାଇର ଭୂମିକା ଅଲଗା ନୁହେଁ। ତେଣୁ ସାଧାରଣ ବଜେଟ୍‌ ସହ ରେଳ ବଜେଟ୍‌କୁ ମିଶ୍ରଣ କରାଯାଇଛି। ଏଣିକି ଗୋଟିଏ ବଜେଟ୍‌ ଉପସ୍ଥାପନ କରାଯିବ।”

କେନ୍ଦ୍ର କ୍ୟାବିନେଟ୍‌ର ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ରେଳବାଇ ସଂସ୍କରଣରେ ଏହା ସହାୟକ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଆର୍ଥିକ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ କ୍ୟାବିନେଟ୍‌ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଫେବୃୟାରୀ ପହିଲାରେ ବାର୍ଷିକ ବଜେଟ୍‌ ଉପସ୍ଥାପନ କରାଯିବ। ସେଥିପାଇଁ ଜାନୁୟାରୀ ୨୫ ତାରିଖ ପୂର୍ବରୁ ପାର୍ଲାମେଣ୍ଟର ବଜେଟ୍‌ ଅଧିବେଶନ ଆରମ୍ଭ କରାଯିବ। ମାର୍ଚ୍ଚା ୩୧ ପୂର୍ବରୁ ବଜେଟ୍‌ ସମ୍ପର୍କିତ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ବଜେଟ୍‌ରେ ଥିବା ଯୋଜନା ଓ ଅଣଯୋଜନା ବାବଦ ଖର୍ଚ୍ଚ ବ୍ୟବସ୍ଥାକୁ ଉଚ୍ଛେଦ ଲାଗି ନିଷ୍ପତ୍ତି ହୋଇଛି।

Related story