ସାହିଦଙ୍କ ଟ୍ୱିଟର ଫୋଲୋର ସଂଖ୍ୟା ୮ ନିୟୁତ ଟପିଲା

ମୁମ୍ବାଇ: ଅଭିନେତା ସାହିଦ କପୁରଙ୍କ ଟ୍ୱିଟର୍ ଫୋଲୋର୍ ସଂଖ୍ୟା ୮ ନିୟୁତ ଟପିଲା। ଏଥିପାଇଁ ସେ ଟ୍ୱିଟ୍ କରି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ବିଶାଲ ଭରଦ୍ୱାଜଙ୍କ ଆଗାମୀ ଫିଲ୍ମ ‘ରଙ୍ଗୁନ୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି ‘ହାଇଦର୍‌’ ଷ୍ଟାର ସାହିଦ। ତାଙ୍କ ସହିତ ଏହି ଫିଲ୍ମରେ ସୈଫ ଅଲ୍ଲୀ ଖାନ୍ ଓ କଙ୍ଗନା ରଣାୱତ ଅଛନ୍ତି। ୧୯୪୦ ମସିହାର ପୃଷ୍ଠଭୂମିରେ ନିର୍ମାଣ ହେଉଥିବା ଏହି ଫିଲ୍ମରେ ସାହିଦ ଜଣେ ଯବାନଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ସାହିଦ ତୃତୀୟ ଥର […]

shahid

Rakesh Mallick
  • Published: Friday, 11 March 2016
  • , Updated: 11 March 2016, 10:26 AM IST

ମୁମ୍ବାଇ: ଅଭିନେତା ସାହିଦ କପୁରଙ୍କ ଟ୍ୱିଟର୍ ଫୋଲୋର୍ ସଂଖ୍ୟା ୮ ନିୟୁତ ଟପିଲା। ଏଥିପାଇଁ ସେ ଟ୍ୱିଟ୍ କରି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ବିଶାଲ ଭରଦ୍ୱାଜଙ୍କ ଆଗାମୀ ଫିଲ୍ମ ‘ରଙ୍ଗୁନ୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି ‘ହାଇଦର୍‌’ ଷ୍ଟାର ସାହିଦ। ତାଙ୍କ ସହିତ ଏହି ଫିଲ୍ମରେ ସୈଫ ଅଲ୍ଲୀ ଖାନ୍ ଓ କଙ୍ଗନା ରଣାୱତ ଅଛନ୍ତି। ୧୯୪୦ ମସିହାର ପୃଷ୍ଠଭୂମିରେ ନିର୍ମାଣ ହେଉଥିବା ଏହି ଫିଲ୍ମରେ ସାହିଦ ଜଣେ ଯବାନଙ୍କ ଭୂମିକାରେ ଅଭିନୟ କରୁଛନ୍ତି।

ସାହିଦ ତୃତୀୟ ଥର ପାଇଁ ବିଶାଲ ଭରଦ୍ୱାଜଙ୍କ ଫିଲ୍ମରେ କାମ କରୁଛନ୍ତି। ପୂର୍ବରୁ ସେ ବିଶାଲଙ୍କ ‘କମିନେ’ (୨୦୦୯) ଓ ‘ହାଇଦର’ (୨୦୧୪)ରେ ଅଭିନୟ କରିଥିଲେ।

‘ରଙ୍ଗୁନ୍’ ଚଳିତ ବର୍ଷ ସେପ୍ଟେମ୍ବର ୩୦ ତାରିଖରେ ରିଲିଜ୍ ହେବ।

Related story