ଏହି ମନ୍ଦିର ଭିତରେ ହୁଏ ସୂର୍ଯ୍ୟୋଦୟ,୨୦୦ ବର୍ଷରେ ଥରେ ଆସେ ଏମିତି ସୁଯୋଗ

ଭୁବନେଶ୍ୱର; ଦେଶ ହେଉକି ବିଦେଶ ବହୁ ମନ୍ଦିର ଦେଖିବାକୁ ମିଳିଥାଏ। ସବୁ ମନ୍ଦିରର କିଛି ନା କିଛି କାହାଣୀ ରହିଛି। କେବଳ ରହସ୍ୟ ନୁହେଁ, ଏମିତି ବହୁ ମନ୍ଦିର ରହିଛି ଯେଉଁଠି ଘଟିଥାଏ ବହୁ ଅଲୌକିକ ଘଟଣା। ଯାହାକୁ ଦେଖିବାକୁ ସମସ୍ତେ ଚାତକ ପରି ଅନାଇ ବସିଥାନ୍ତି। ଆମ ରାଜ୍ୟ କଥା ନିଆଯାଉ। ଏଠାରେ ରହିଛି ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର। ଯାହାକୁ ବ୍ଲାକ ପାଗୋଡା ମଧ୍ୟ କୁହାଯାଇଥାଏ। କୋଣାର୍କ ମନ୍ଦିରର ନିର୍ମାଣଠାରୁ ଆରମ୍ଭ କରି ବହୁ […]

Sun-Temple

Rakesh Mallick
  • Published: Tuesday, 30 January 2018
  • , Updated: 31 January 2018, 07:00 AM IST

ଭୁବନେଶ୍ୱର; ଦେଶ ହେଉକି ବିଦେଶ ବହୁ ମନ୍ଦିର ଦେଖିବାକୁ ମିଳିଥାଏ। ସବୁ ମନ୍ଦିରର କିଛି ନା କିଛି କାହାଣୀ ରହିଛି। କେବଳ ରହସ୍ୟ ନୁହେଁ, ଏମିତି ବହୁ ମନ୍ଦିର ରହିଛି ଯେଉଁଠି ଘଟିଥାଏ ବହୁ ଅଲୌକିକ ଘଟଣା। ଯାହାକୁ ଦେଖିବାକୁ ସମସ୍ତେ ଚାତକ ପରି ଅନାଇ ବସିଥାନ୍ତି। ଆମ ରାଜ୍ୟ କଥା ନିଆଯାଉ। ଏଠାରେ ରହିଛି ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର। ଯାହାକୁ ବ୍ଲାକ ପାଗୋଡା ମଧ୍ୟ କୁହାଯାଇଥାଏ। କୋଣାର୍କ ମନ୍ଦିରର ନିର୍ମାଣଠାରୁ ଆରମ୍ଭ କରି ବହୁ କଥା ଆମେ ଜାଣିଛନ୍ତି। ହେଲେ ଏହି ମନ୍ଦିର ବିଷୟରେ ଆମେ ଆଜି ଏମିତି କିଛି କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଏମିତିରେ ତ କୋଣାର୍କ ସୂର୍ଯ୍ୟ ମନ୍ଦିର। ଏଠାରେ ସୂର୍ଯ୍ୟ ଦେବଙ୍କୁ ପୂଜା କରାଯାଇଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମନ୍ଦିର ଭିତରେ ସୂର୍ଯ୍ୟ ଦେବ ଉଦୟ ହୋଇଥାନ୍ତି। ଏବେ ଭାବୁଥିବେ ଯଦି ଏହା ସମ୍ଭବ ତେବେ, କାହିଁକି ଲୋକେ ମନ୍ଦିର ଭିତରେ ସୂର୍ଯ୍ୟୋଦୟ ଦେଖିପାରୁ ନାହାନ୍ତି। ହେଲେ ଏହି ସ୍ୱଭାଗ୍ୟ ଜଣଙ୍କ ଭାଗ୍ୟରେ କେବଳ ଥରେ ହିଁ ସମ୍ଭବ ହୋଇପାରିବ। କାରଣ ପ୍ରତି ୨୦୦ ବର୍ଷରେ ଥରେ କୋଣାର୍କ ମନ୍ଦିର ଭିତରେ ସୂର୍ଯ୍ୟୋଦୟ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଏହି ମନ୍ଦିର ସୂର୍ଯ୍ୟଦେବ ଅର୍ଥାତ ଅର୍କକୁ ସମର୍ପିତ କରାଯାଇଛି। ତେଣୁ ଏହାକୁ କ୍ଷେତ୍ରକୁ ଅର୍କ କ୍ଷେତ୍ର ବା ପଦ୍ମ କ୍ଷେତ୍ର କୁହାଯାଏ। ପୁରାଣ ଅନୁସାରେ ଶ୍ରୀକୃଷ୍ଣଙ୍କୁ ପୁଅ ସାମ୍ବକୁ ଅଭିଶାପ ଯୋଗୁଁ କୃଷ୍ଠ ରୋଗ ହୋଇଥିଲା। ସାମ୍ବ ମିତ୍ରବନ (ଚନ୍ଦ୍ରଭାଗା) ନଦୀ ଓ ସାଗରର ସଙ୍ଗମ ସ୍ଥଳ କୋଣାର୍କରେ ୧୨ ବର୍ଷ ତପସ୍ୟା କରିଥିଲେ। ତାଙ୍କ ତପସ୍ୟାରେ ସୂର୍ଯ୍ୟଦେବ ପ୍ରସନ୍ନ ହୋଇ ତାଙ୍କୁ ରୋଗର ନିବାରଣ ପାଇଁ ବାଟ ବତାଇଥିଲେ। ରୋଗରୁ ମୁକ୍ତି ପାଇବା ପରେ ସାମ୍ବ ସେଠାରେ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବାକୁ ସ୍ଥିର କରିଥିଲେ।

ରୋଗରୁ ମୁକ୍ତି ପାଇବା ପରେ ସାମ୍ବ ଚନ୍ଦ୍ରଭାଗା ନଦୀରେ ସ୍ନାନ କରିବା ସମୟରେ ସୂର୍ଯ୍ୟ ଦେବଙ୍କ ଏକ ମୂର୍ତ୍ତି ପାଇଥିଲେ। ଏହି ମୂର୍ତ୍ତି ସୂର୍ଯ୍ୟଦେବଙ୍କ ଶରୀରର କିଛି ଆଂଶ ଥିଲା। ଯାହାକୁ କି ଦେବଶିଳ୍ପୀ ବିଶ୍ୱକର୍ମା ବନେଇଛନ୍ତି। ପରେ ସାମ୍ବ ସେଠାରେ ଏକ ମନ୍ଦିର ସ୍ଥାପନ କରି ଉକ୍ତ ମୂର୍ତ୍ତିକୁ ସ୍ଥାପନ କରିଥିଲେ। ସେବେଠୁ ସେହି ସ୍ଥାନକୁ ପବିତ୍ର ମାନାଯାଏ। ସୂର୍ଯ୍ୟଙ୍କ ଅଶେଷ କୃପା ଯୋଗୁଁ ସୂର୍ଯ୍ୟଙ୍କ ପ୍ରଥମ କରିଣ ସେହି ମନ୍ଦିରର ମୂର୍ତ୍ତି ଉପରେ ପଡିଥାଏ।

Related story