ଦୀପାବଳିରେ ଅଘଟଣ: ଲିଚୁ ନେଇଗଲା ପ୍ରକାଶଙ୍କ ଜୀବନ

ଭଦ୍ରକ(ଓଡ଼ିଶା ରିପୋର୍ଟର) ଦୀପାବଳିରେ ଅଘଟଣ।  ଦୀପାବଳିରେ ଘରେ ଲିଚୁ ଲାଇଟ ଲଗାଉଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭଦ୍ରକ ବାସୁଦେବପୁର ଥାନା ଅନ୍ତର୍ଗତ ପଦ୍ମପୁର ଗାଁରେ ଘଟିଛି ଏହି ଅଘଟଣ । ମୃତକ ହେଲେ ସେହି ଗାଁର ପ୍ରକାଶ ଚନ୍ଦ୍ର ଓଝା।  ନିଜ ଘରେ ଲାଇଟ ଲଗାଉଥିବେଳେ ସେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା […]

4321

4321

Tapas Behera
  • Published: Sunday, 27 October 2019
  • Updated: 27 October 2019, 08:00 PM IST

Sports

Latest News

ଭଦ୍ରକ(ଓଡ଼ିଶା ରିପୋର୍ଟର) ଦୀପାବଳିରେ ଅଘଟଣ।  ଦୀପାବଳିରେ ଘରେ ଲିଚୁ ଲାଇଟ ଲଗାଉଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭଦ୍ରକ ବାସୁଦେବପୁର ଥାନା ଅନ୍ତର୍ଗତ ପଦ୍ମପୁର ଗାଁରେ ଘଟିଛି ଏହି ଅଘଟଣ । ମୃତକ ହେଲେ ସେହି ଗାଁର ପ୍ରକାଶ ଚନ୍ଦ୍ର ଓଝା।  ନିଜ ଘରେ ଲାଇଟ ଲଗାଉଥିବେଳେ ସେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଗଂଜାମ ସୋରଡ଼ା ଥାନା ଅନ୍ତର୍ଗତ ସାନସୋରଡ଼ାରେ ମଧ୍ୟ ଦୀପ ନିଆଁରୁ ଅଘଟଣ ଘଟିଛି । ପାନ ଦୋକାନରେ ନିଆଁ ଲାଗି ଦୋକାନୀ ସତ୍ୟନାରାୟଣ ସାହୁ ପୋଡି ଗୁରୁତର ଆହତ ହୋଇଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ସୋରଡା ମେଡିକାଲରେ ଭର୍ତ୍ତି କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos