ପାଣ୍ଡିଆନଙ୍କ ଘରକୁ ଗୋବର ଫିଙ୍ଗିବା ଘଟଣାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି

arrest 1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ଘରକୁ ଗୋବର ଫିଙ୍ଗିବା ଘଟଣାରେ ପୋଲିସ ଆଉ ଜଣଙ୍କୁ  ଗିରଫ କରିଛି।  ତାଙ୍କ ନାଁ ବଳିଆ।  ପୋଲିସ ବଳିଆକୁ  ଖଣ୍ଡଗିରି ଅଞ୍ଚଳରୁ ଗିରଫ କରିଛି।  ଏହି ଘଟଣାରେ ଗିରଫଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି।

ଗତ ଶନିବାର ବିଜେପି ଯୁବ ମୋର୍ଚ୍ଚାର  କର୍ମୀମାନେ ପାଣ୍ଡିଆନଙ୍କ ସରକାରୀ କ୍ୱାର୍ଟର୍ସକୁ ଧସେଇ ପଶିବା ସହ ଫାଟକକୁ ଗୋବରମାଡ କରିଥିଲେ।  ପୂର୍ବରୁ ଏହି ଘଟଣାରେ ପୋଲିସ ୪ଜଣ ବିଜେପି କର୍ମୀଙ୍କୁ ଗିରଫ କରିଥିଲା।

Previous ArticleNext Article

Send this to a friend