ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଗୋଠଗାଁ ପଞ୍ଚାୟତର ପୁନାନ୍ଦ ଗାଁରେ ଅଭାବନୀୟ ଘଟଣା ଘଟିଛି। ଛାତ ଭୁଶୁଡ଼ି ୫ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଥିଲା ବେଳେ ୩ଜଣ ଆହତ ହୋଇଛନ୍ତି। ରାତିରେ ବାପା, ମାଆ ଓ ଦୁଇ ଛୋଟ ପୁଅ ଘରେ ଶୋଇଥିବା ବେଳେ ସମସ୍ତଙ୍କ ଉପରେ ଛାତରୁ କଂକ୍ରିଟ ଖସି ପଡ଼ିଥିଲା। ଚାରିଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିଲା। ବାପା, ମାଆ ଓ ଅନ୍ୟ ଜଣେ ପୁଅ ଏବେବି ଚିକିତ୍ସାଧୀନ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।