ଆସନ୍ତାକାଲି କଟକ-ଭୁବନେଶ୍ୱରରେ ୬ ଘଣ୍ଟା ବନ୍ଦ ରହିବ ଗାଡ଼ିଚଳାଚଳ

କଟକ(ବିବର୍ତ୍ତନ ପଣ୍ଡା): ମାତ୍ରାଧିକ ତୈଳଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ଉଭୟ କଟକ ଓ ରାଜଧାନୀ ଭୁବନେଶ୍ୱରରେ ୬ ଘଣ୍ଟିଆ ଗାଡ଼ି ଚଳାଚଳ ବନ୍ଦ ଡାକରା ଦେଇଛି କଂଗ୍ରେସ। ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ଉଭୟ ସହରରେ ଗାଡ଼ି ଚଳାଚଳ ବନ୍ଦ ରହିବ।

ଏଥିସହ ସହର ଭିତରକୁ ବାଦାମବାଡ଼ିରୁ କୌଣସି ବସ୍ ବାହାରକୁ ଏବଂ ବାହାରୁ କୌଣସି ବସ୍ ସହର ଭିତରକୁ ପ୍ରବେଶ କରିପାରିବ ନାହିଁ। ଏନେଇ କଟକ ନଗର କଂଗ୍ରେସ କମିଟି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

Previous ArticleNext Article

Send this to a friend