ମୋହନା(ମିହିର ଜତି): ଦିନକୁ ବଢ଼ି ଚାଲିଛି ଦୁଷ୍କର୍ମ ଅଭିଯୋଗ। ସଚେତନତା ସତ୍ତ୍ୱେ ଏହା ଥମିବାର ନାଁ ନେଉନାହିଁ। ପୁଣି ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରୁ।
ସୂଚନା ଅନୁସାରେ, ଏହି ଥାନା ଅନ୍ତର୍ଗତ ଏକ ଗାଁର ଜଣେ ୨୩ ବର୍ଷର ଯୁବତୀଙ୍କ ସହ ଚିତ୍ର ମଲ୍ଲିକ ନାମକ ଯୁବକଙ୍କର ପ୍ରେମ ସମ୍ପର୍କ ଥିଲା। ଯୁବକ ଜଣକ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲା। କିଛି ଦିନ ପରେ ଯୁବକ ଜଣକ ଗାଁ ଛାଡ଼ି ଚାଲି ଯାଇଥିଲା। ଏନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।