ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଙ୍ଗନୱାଡ଼ି କେନ୍ଦ୍ରରେ ପଢ଼ୁଥିବା ପିଲାଙ୍କୁ ବର୍ଷକୁ ଦୁଇ ହଳ ପ୍ରାକ୍ ବିଦ୍ୟାଳୟ ପୋଷାକ ପ୍ରଦାନ କରାଯିବ। ୟୁନିଫର୍ମ ଶିଶୁମାନଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ, ତେଣୁ ଶିଶୁମାନଙ୍କ ମଧ୍ୟରେ ଶୃଙ୍ଖଳିତ ବ୍ୟବହାର ଏବଂ ଉପସ୍ଥାପନରେ ବୃଦ୍ଧି ପାଇଁ ରାଜ୍ୟ ସରକାର ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏହା ଯୋଜନାକୁ ପାଳନ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାକୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୧୫ ରୁ ୨୨ ମଧ୍ୟରେ ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟ ସମ୍ପାଦନ କରିବାକୁ କୁହାଯାଇଛି। ଏନେଇ ୨୦୧୮-୧୯ରେ ପଞ୍ଜୀକୃତ ହୋଇଥିବା ୨୦ ଲକ୍ଷ ୧୮ ହଜାର ୬୦ ଜଣ ଶିଶୁଙ୍କ ପାଇଁ ପୋଷାକ ବାବଦରେ ଜିଲ୍ଲାମାନଙ୍କୁ ୪୦ କୋଟି ୩୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜନପ୍ରତିନିଧି, ବିଶିଷ୍ଟ ବ୍ୟକ୍ତି, ମାତୃ ଓ ଯାଞ୍ଚ କମିଟିର ସଭ୍ୟସଭ୍ୟା ଓ ଅଭିଭାବକ ଉପସ୍ଥିତ ରହିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।