କିସ୍‌କୁ ନୋଟିସ୍‌

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା ନିଖୋଜ ଘଟଣାରେ କିସ୍ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ନୋଟିସ୍ ଜାରି କରିଛନ୍ତି। ଏହାସହ ମାଲକାନଗିରି ଏସ୍&zwnj;ପି, ଏସ୍&zwnj;ଡିପିଓ, ଖଇରପୁଟ ଆଇଆଇସି ଏବଂ ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ କମିଶନ ନୋଟିସ୍ କରିଛନ୍ତି। ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ସମସ୍ତ ଘଟଣାର ଜବାବ ଦାଖଲ କରିବାକୁ ନୋଟିସରେ ଦର୍ଶାଇଛନ୍ତି କମିଶନ।</p> <p>ମାନବାଧିକାର କର୍ମୀ ପ୍ରଦୀପ ପ୍ରଧାନ ସଂପୃକ୍ତ ବଣ୍ଡା ଛାତ୍ରଙ୍କ ନିଖୋଜ ସମ୍ପର୍କରେ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ନିକଟରେ ଆବେଦନ କରିଥିଲେ। ଗତ ୨୦୧୫ରୁ କିସ୍&zwnj;ରୁ ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା ନିଖୋଜ ଅଛନ୍ତି। ଛାତ୍ର ଜଣକ ଖରା ଛୁଟିରେ ଘରକୁ ଯାଇ ପାରିବାରିକ ଝଗଡ଼ା ପରେ କେଉଁ ଆଡେ ଚାଲିଯାଇଥିବା ପୂର୍ବରୁ କିସ୍ କର୍ତ୍ତୃପକ୍ଷ କହିଥିଲେ।</p>

Ordigital Desk
  • Published: Sunday, 13 May 2018
  • Updated: 13 May 2018, 09:58 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା ନିଖୋଜ ଘଟଣାରେ କିସ୍ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ନୋଟିସ୍ ଜାରି କରିଛନ୍ତି। ଏହାସହ ମାଲକାନଗିରି ଏସ୍&zwnj;ପି, ଏସ୍&zwnj;ଡିପିଓ, ଖଇରପୁଟ ଆଇଆଇସି ଏବଂ ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ କମିଶନ ନୋଟିସ୍ କରିଛନ୍ତି। ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ସମସ୍ତ ଘଟଣାର ଜବାବ ଦାଖଲ କରିବାକୁ ନୋଟିସରେ ଦର୍ଶାଇଛନ୍ତି କମିଶନ।</p><p>ମାନବାଧିକାର କର୍ମୀ ପ୍ରଦୀପ ପ୍ରଧାନ ସଂପୃକ୍ତ ବଣ୍ଡା ଛାତ୍ରଙ୍କ ନିଖୋଜ ସମ୍ପର୍କରେ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ନିକଟରେ ଆବେଦନ କରିଥିଲେ। ଗତ ୨୦୧୫ରୁ କିସ୍&zwnj;ରୁ ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା ନିଖୋଜ ଅଛନ୍ତି। ଛାତ୍ର ଜଣକ ଖରା ଛୁଟିରେ ଘରକୁ ଯାଇ ପାରିବାରିକ ଝଗଡ଼ା ପରେ କେଉଁ ଆଡେ ଚାଲିଯାଇଥିବା ପୂର୍ବରୁ କିସ୍ କର୍ତ୍ତୃପକ୍ଷ କହିଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos