ବାରିପଦା: ବଜ୍ରପାତରେ ଦୁଇ ମୃତ, ୧୫ ଆହତ

bajrapata

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରର ରଙ୍ଗିଆମ ୟୁଜିଏମଇ ସ୍କୁଲରେ ସୋମବାର ଘଟିଛି ଏକ ଦୁଃଖଦ ଘଟଣା। ସ୍କୁଲ ଉପରେ ବଜ୍ରପାତ ପଡ଼ି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିକ୍ଷକ ଥିବା ବେଳେ ଆଉ ଜଣେ ତୃତୀୟ ଶ୍ରେଣୀର ଛାତ୍ରୀ ରହିଛି। ଆହୁରି ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

Previous ArticleNext Article

Send this to a friend