ଶୌଚ ପାଇଁ ଯାଇଥିଲେ, ହାବୁଡ଼ରେ ପଡ଼ିଲା ଭାଲୁ

<p>ଯାଜପୁର(ଓଡ଼ିଶା ରିପୋର୍ଟର): ଭାଲୁ ଆକ୍ରମଣରେ ଜଣକର ମୃତ୍ୟୁ ଘଟିଛି। ଏଥିସହ ଆଉ ଜଣେ ଗୁରୁତର ହୋଇଛନ୍ତି। ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ହୁଡ଼ି ସାହି କାଜୁ ଜଙ୍ଗଲରେ ଏହି ଘଟଣା ଘଟିଛି। ମୃତକ ହେଉଛନ୍ତି ଶ୍ୟାମ ହେସା। ତାଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଛନ୍ତି ସୁକୁରା ମୁଣ୍ଡା। ସୁକୁରାଙ୍କୁ ଯାଜପୁର ରୋଡ୍ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।</p> <p>ଶ୍ୟାମ ଓ ସୁକୁରା ଆଜି ଭୋର ସମୟରେ ଶୌଚ କରିବାକୁ ଯାଇଥିବା ବେଳେ ଉଭୟଙ୍କୁ ଭାଲୁ ଆକ୍ରମଣ କରିଥିଲା।&nbsp; ଖବର ପାଇବା ପରେ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଉଭୟଙ୍କୁ ଉଦ୍ଧାର କରିଥିଲେ। ଶ୍ୟାମଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।&nbsp; ମୃତକ ଓ ଆହତଙ୍କ ପରିବାରକୁ ସରକାରୀ ସହାୟତା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।</p>

Ordigital Desk
  • Published: Sunday, 29 April 2018
  • Updated: 29 April 2018, 12:28 PM IST

Sports

Latest News

<p>ଯାଜପୁର(ଓଡ଼ିଶା ରିପୋର୍ଟର): ଭାଲୁ ଆକ୍ରମଣରେ ଜଣକର ମୃତ୍ୟୁ ଘଟିଛି। ଏଥିସହ ଆଉ ଜଣେ ଗୁରୁତର ହୋଇଛନ୍ତି। ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ହୁଡ଼ି ସାହି କାଜୁ ଜଙ୍ଗଲରେ ଏହି ଘଟଣା ଘଟିଛି। ମୃତକ ହେଉଛନ୍ତି ଶ୍ୟାମ ହେସା। ତାଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଛନ୍ତି ସୁକୁରା ମୁଣ୍ଡା। ସୁକୁରାଙ୍କୁ ଯାଜପୁର ରୋଡ୍ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।</p><p>ଶ୍ୟାମ ଓ ସୁକୁରା ଆଜି ଭୋର ସମୟରେ ଶୌଚ କରିବାକୁ ଯାଇଥିବା ବେଳେ ଉଭୟଙ୍କୁ ଭାଲୁ ଆକ୍ରମଣ କରିଥିଲା।&nbsp; ଖବର ପାଇବା ପରେ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଉଭୟଙ୍କୁ ଉଦ୍ଧାର କରିଥିଲେ। ଶ୍ୟାମଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।&nbsp; ମୃତକ ଓ ଆହତଙ୍କ ପରିବାରକୁ ସରକାରୀ ସହାୟତା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos