ସେତେବେଳେ ଏମିତି ଗର୍ଜିଥିଲେ ସୌମ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଷା, ଚିଟ୍‌ଫଣ୍ଡ ଓ ଚାଷୀ ସମସ୍ୟା ଭଳି ବିଭିନ୍ନ ପ୍ରସଙ୍ଗରେ ପୂର୍ବରୁ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୀବ୍ର କଟାକ୍ଷ କରୁଥିଲେ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି ସବୁକିଛି ବଦଳି ଯାଇଛି। ସେ ନିଜେ ମୁଖ୍ୟମନ୍ତ୍ରୀଙ୍କ ଶରଣାପନ୍ନ ହୋଇଛନ୍ତି। ଏଭଳି ରାଜନୈତିକ ପଟ୍ଟ ପରିବର୍ତ୍ତନକୁ ନେଇ ସୋସିଆଲ୍‌ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରିକି ସୌମ୍ୟ ପୂର୍ବରୁ କହିଥିବା କିଛି ଭିଡିଓକୁ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି ବହୁ ବ୍ୟକ୍ତିବିଶେଷ। ସୌମ୍ୟଙ୍କ ସେଭଳି କିଛି ପୁରୁଣା ପ୍ରତିକ୍ରିୟା ଶୁଣନ୍ତୁ।

Previous ArticleNext Article

Send this to a friend