ବ୍ରହ୍ମପୁର: ସାନଭାଇକୁ କାଠଫାଳିଆରେ ପିଟି ହତ୍ୟା କଲା ବଡଭାଇ

ବ୍ରହ୍ମପୁର: ଗଞ୍ଜ।ମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ମନ୍ଦାର ଗ୍ରାମରେ ଗତକାଲି ବିଳମ୍ୱିତ ରାତିରେ ଏକ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ପାରିବାରିକ କଳହକୁ କେନ୍ଦ୍ର କରି ଆପିଲି ଜେନାକୁ ତାର ସାନ ଭାଇ ନିବାସ ଜେନା ନିଜର ଦୁଇ ଶଳାଙ୍କ ସହାୟତାରେ କାଠ ଫାଳିଆରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡିଛି। ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତକ ଆପିଲିର ଶବ ବ୍ୟବଚ୍ଛଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଛି। ପୁଲିସ ଏହି ବାବଦରେ ଜଣକୁ ଅଟକ ରଖି ପଚରା ଉଚୁରା କରୁଛି।

Previous ArticleNext Article

Send this to a friend