ଟଙ୍କା ଓ ଟିକେଟ୍‌ ନିଅ ଦଳରେ ସାମିଲ ହୁଅ: ଘୁରିବୁଲୁଛି ଅଡ଼ିଓ ଟେପ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅତାବିରା ଓ ହିନ୍ଦୋଳ ଏନ୍ଏସି ନିର୍ବାଚନ ପାଇଁ ଆଜି ପ୍ରଚାର ସରିଛି, ୩ ତାରିଖରେ ଭୋଟ। ତେବେ ତା ପୂର୍ବରୁ ବିଜେଡି ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛି ବିଜେପି। ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଓ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଭୋଟରଙ୍କୁ ଲୋଭ ଦେଖାଉଥିବା ଅଭିଯୋଗ କରିଛନ୍ତି ଦଳୀୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ। ଏହି ଅବସରେ ସେ ସୁଶାନ୍ତଙ୍କର ଏକ ଅଡ଼ିଓ ଟେପ୍ ମଧ୍ୟ ଜାରି କରିଛନ୍ତି। ବିଜେପି କର୍ମୀଙ୍କୁ ଟଙ୍କା ଓ ଟିକେଟର ଲୋଭ ଦେଖାଇବା ସହ ତାଙ୍କୁ ବିଜେଡିରେ ସାମିଲ ଲାଗି ସୁଶାନ୍ତ ଫୋନ୍ କରୁଥିବା ପୀତାମ୍ବର କହିଛନ୍ତି। ତେବେ ସୁଶାନ୍ତ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ହିନ୍ଦୋଳରେ ହାରିବା ଭୟରେ ବିଜେପି ଏଭଲି ଅଭିଯୋଗ ଆଣୁଥିବା ସେ କହିଛନ୍ତି।

Previous ArticleNext Article

Send this to a friend