କାର୍‌ ଉପରକୁ ବୋମାମାଡ଼

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବ୍ରହ୍ମପୁର ଲାଞ୍ଜିପଲ୍ଲୀରେ ଏକ କାର୍‌ ଉପରକୁ ବୋମାମାଡ଼ ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତମାନେ ହେଉଛନ୍ତି ସୁଶାନ୍ତ ବିଷୋୟୀ, ଗୋପି ପାତ୍ର ଓ ରାଜେଶ ବିଷୋୟୀ।  ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ।

ସୂଚନା ଅନୁସାରେ, ଲାଞ୍ଜିପଲ୍ଲୀ ଅଞ୍ଚଳର ୫ ଜଣ ଲୋକ ଏକ କାରରେ ଥାନାକୁ ଯାଉଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ କାର୍‌ ଉପରକୁ ବୋମାମାଡ କରିଥିଲେ। ଫଳରେ ଘଟଣାସ୍ଥଳରେ ୪ ଜଣ ଆହତ ହୋଇଥିଲେ।  ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ‌ଆରମ୍ଭ କରିଛି। ଏହି ଘଟଣା ପରେ ଉକ୍ତ ଅଞ୍ଚଳକୁ ସିଲ୍ କରାଯାଇଛି। ଘଟଣାସ୍ଥଳରୁ ପୋଲିସ ଏକ ଅଫୁଟା ବୋମା ଜବତ କରିଛି।  ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି।

Previous ArticleNext Article

Leave a Reply

Send this to a friend