ବର୍ଷାରେ ଭାସିଗଲା ପୋଲ

<p>ଗୁଣପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ରାୟଗଡ଼ା ଜିଲ୍ଲା ଗୁଣପୁର ଜଗନ୍ନାଥପୁର ନିକଟରେ ଥିବା ପୋଲ ଭାସି ଯାଇଛି।&nbsp; ପୋଲ ଭାସିଯିବାରୁ ଗୁଣପୁର-ଶ୍ରୀକାକୁଲମ୍ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗୁଣପୁର ବ୍ଲକ୍&zwnj;ର ଗଠଳପଦର ଓ ମରମ୍ପା ପଞ୍ଚାୟତର ୩୦ରୁ ଅଧିକ ଗାଁ ଲୋକେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗତ ୨ ଦିନ ଧରି ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ପୋଲ ଭାସିଯିବାରୁ ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଛି।</p> <p>ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,&ldquo; ଏଠାରେ ପୂର୍ବରୁ ଗୋଟିଏ ପୁରୁଣା ବ୍ରିଜ୍&zwnj; ଥିଲା। ତାହା ପାଣିରେ ଭାସିଯିବାରୁ ଆଉ ଏକ ନୂଆ ବ୍ରିଜ୍&zwnj; ନିର୍ମାଣ କରାଯାଇଥିଲା। &nbsp;ହେଲେ ଗତ ରାତିରେ ପ୍ରବଳ ବର୍ଷା ହେବା ଯୋଗୁଁ&nbsp; ପାଣି ସୁଅରେ ଏହି ବ୍ରିଜ୍&zwnj;ଟି &nbsp;ଭାସି଼ଯାଇଛି। ଫଳରେ ପିଲାମାନେ ସ୍କୁଲକୁ ଯାଇପାରୁ ନାହାନ୍ତି। ରୋଗୀମାନଙ୍କୁ ଡାକ୍ତରଖାନା ନେବାରେ ଅସୁବିଧା ହେଉଛି। ଆନ୍ଧ୍ର ଦେଇ ଗଲେ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ଏହି ରାସ୍ତାରେ ଖୁବଶୀଘ୍ର ଆଉ ଏକ ବ୍ରିଜ୍&zwnj; ତିଆରି କରାଯାଉ।&rdquo;</p>

Ordigital Desk
  • Published: Thursday, 17 August 2017
  • Updated: 17 August 2017, 11:42 AM IST

Sports

Latest News

<p>ଗୁଣପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ରାୟଗଡ଼ା ଜିଲ୍ଲା ଗୁଣପୁର ଜଗନ୍ନାଥପୁର ନିକଟରେ ଥିବା ପୋଲ ଭାସି ଯାଇଛି।&nbsp; ପୋଲ ଭାସିଯିବାରୁ ଗୁଣପୁର-ଶ୍ରୀକାକୁଲମ୍ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗୁଣପୁର ବ୍ଲକ୍&zwnj;ର ଗଠଳପଦର ଓ ମରମ୍ପା ପଞ୍ଚାୟତର ୩୦ରୁ ଅଧିକ ଗାଁ ଲୋକେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗତ ୨ ଦିନ ଧରି ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ପୋଲ ଭାସିଯିବାରୁ ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଛି।</p><p>ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,&ldquo; ଏଠାରେ ପୂର୍ବରୁ ଗୋଟିଏ ପୁରୁଣା ବ୍ରିଜ୍&zwnj; ଥିଲା। ତାହା ପାଣିରେ ଭାସିଯିବାରୁ ଆଉ ଏକ ନୂଆ ବ୍ରିଜ୍&zwnj; ନିର୍ମାଣ କରାଯାଇଥିଲା। &nbsp;ହେଲେ ଗତ ରାତିରେ ପ୍ରବଳ ବର୍ଷା ହେବା ଯୋଗୁଁ&nbsp; ପାଣି ସୁଅରେ ଏହି ବ୍ରିଜ୍&zwnj;ଟି &nbsp;ଭାସି଼ଯାଇଛି। ଫଳରେ ପିଲାମାନେ ସ୍କୁଲକୁ ଯାଇପାରୁ ନାହାନ୍ତି। ରୋଗୀମାନଙ୍କୁ ଡାକ୍ତରଖାନା ନେବାରେ ଅସୁବିଧା ହେଉଛି। ଆନ୍ଧ୍ର ଦେଇ ଗଲେ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ଏହି ରାସ୍ତାରେ ଖୁବଶୀଘ୍ର ଆଉ ଏକ ବ୍ରିଜ୍&zwnj; ତିଆରି କରାଯାଉ।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos