ପିସିସି ଚୌକି କଳି: ଜିଲ୍ଲା ସଭାପତି, ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ମୁଖିଆଙ୍କୁ ଭେଟିଲେ ୩ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: ପିସିସିରେ ଚୌକି କଳି। ଏହି କଳିର ଅନ୍ତ ଘଟାଇବା ପାଇଁ ହାଇକମାଣ୍ଡ ପଠାଇଥିବା ପର୍ଯ୍ୟବେକ୍ଷକମାନେ ଆଜି ପ୍ରଥମ ଦିନରେ ଜିଲ୍ଲା ସଭାପତି, ରାଜ୍ୟ ପଦାଧିକାର ଓ ମୋର୍ଚ୍ଚା ମୁଖିଆଙ୍କୁ ଭେଟିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସପକ୍ଷରେ ଓକିଲାତି କରିଥିବା ବେଳେ ଆଉ କିଛି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଫେରାଇଆଣିବା ପାଇଁ ପ୍ରସ୍ତାବ ଦେଇଥିଲେ। ଶନିବାର ଦିନ ସାଢ଼େ ୧୦ଟା। କଂଗ୍ରେସ ଭବନରେ ପହଁଞ୍ଚିଲେ ୩ ପର୍ଯ୍ୟବେକ୍ଷକ ସାଂସଦ […]

nn

nn

Rakesh Mallick
  • Published: Saturday, 12 August 2017
  • Updated: 12 August 2017, 10:35 PM IST

ଭୁବନେଶ୍ୱର: ପିସିସିରେ ଚୌକି କଳି। ଏହି କଳିର ଅନ୍ତ ଘଟାଇବା ପାଇଁ ହାଇକମାଣ୍ଡ ପଠାଇଥିବା ପର୍ଯ୍ୟବେକ୍ଷକମାନେ ଆଜି ପ୍ରଥମ ଦିନରେ ଜିଲ୍ଲା ସଭାପତି, ରାଜ୍ୟ ପଦାଧିକାର ଓ ମୋର୍ଚ୍ଚା ମୁଖିଆଙ୍କୁ ଭେଟିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସପକ୍ଷରେ ଓକିଲାତି କରିଥିବା ବେଳେ ଆଉ କିଛି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଫେରାଇଆଣିବା ପାଇଁ ପ୍ରସ୍ତାବ ଦେଇଥିଲେ।

ଶନିବାର ଦିନ ସାଢ଼େ ୧୦ଟା। କଂଗ୍ରେସ ଭବନରେ ପହଁଞ୍ଚିଲେ ୩ ପର୍ଯ୍ୟବେକ୍ଷକ ସାଂସଦ ଗୌରବ ଗୋଗୋଇ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୀତେନ୍ଦ୍ର ସିଂହ ଓ ସାଂସଦ ତାମ୍ରଧ୍ୱଜ ସାହୁ। ଆରମ୍ଭ ହେଲା ରୁଦ୍ଧଦ୍ୱାର ବୈଠକ। ଭିତରକୁ ଗଲେ ଜଣକ ପରେ ଜଣେ ଜିଲ୍ଲା ସଭାପତି। ପର୍ଯ୍ୟବେକ୍ଷକ ପଚାରିଲେ ଅନେକ ପ୍ରଶ୍ନ। ଜିଲ୍ଲାରେ କଂଗ୍ରେସ ସ୍ଥିତି କଣ ଅଛି? ଦୁର୍ବଳ ହେଉଛି କି କଂଗ୍ରେସ?  ଯଦି ହଁ ତେବେ କାରଣ କଣ? ସଂଗଠନ ମଜବୁତ ପାଇଁ କଣ କରିବାକୁ ପଡିବ? ନେତ୍ୱତ୍ୱ ପରିବର୍ତ୍ତନ ସପକ୍ଷରେ ଆପଣ ଅଛନ୍ତି କି? ଯଦି ହଁ କାହାକୁ ସଭାପତି କଲେ ଭଲ ହେବ? ଏମିତି ଅନେକ ପ୍ରଶ୍ନ ପର୍ଯ୍ୟବେକ୍ଷକମାନେ ଜିଲ୍ଲା ସଭାପତିଙ୍କୁ ପଚାରିଥିଲେ। ଆଜି ପର୍ଯ୍ୟବେକ୍ଷକମାନେ ୩୩ ସାଂଗଠନିକ ଜିଲ୍ଲାରୁ ଆଜି ଆସିଥିବା ୨୯ ସଭାପତି ଭେଟିଥିଲେ। ମାତ୍ର ଏଥିରୁ ଜିଲ୍ଲା ସଭାପତି ଥିବା ୪ ବିଧାୟକଙ୍କୁ ବାଦ ଦିଆଯାଇଥିଲା। ଏହାଛଡ଼ା ଅନେକ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସପକ୍ଷରେ ଓକିଲାତି କରିଥିବା ଶୁଣିବାକୁ ମିଳୁଛି। ଆଉକେତେକ ଜିଲ୍ଲା ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ କରିଥିଲେ। ତେବେ ବାହାରକୁ ଆସିବା ପରେ ସିଧା ନାଁ ନ ନେଇ ବୁଲେଇ ବଙ୍କେଇ କେବଳ ସଂଗଠନର କଥା କହିଲେ।

କିଏ କଣ କହିଥିଲେ?

କୋରାପୁଟ ଜିଲ୍ଲା ସଭାପତି ମୀନାକ୍ଷୀ ବାହିନିପତି କହିଛନ୍ତି-“ପିସିସି କୋରାପୁଟ୍‌ ଜିଲ୍ଲାକୁ ଧ୍ୟାନ ଦେଲେ କଂଗ୍ରେସ ଆଗେଇବ। ମାତ୍ର ଏହି ଜିଲ୍ଲା ପାଇଁ ପିପିସିଙ୍କ ଧ୍ୟାନ ନାହିଁ। ତେଣୁ ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ରହିଛି। ଯଦି ନେତୃତ୍ୱ ପରିବର୍ତ୍ତନ କରାନଯାଏ ତାହାହେଲେ ଦଳ ମଝିରେ ଫାଟ ସୃଷ୍ଟି ହେବ।”

ଭଦ୍ରକ ଜିଲ୍ଲା ସଭାପତି ନରେନ ପଲେଇ କହିଛନ୍ତି-“ତୃଣମୂଳସ୍ତରରେ କର୍ମୀ ଠିକ୍‌ ଅଛନ୍ତି। ଯଦି ଉପରସ୍ତରରେ ନେତା ବୟାନବାଜି ବନ୍ଦ କରିବେ ତାହାହେଲେ ଦଳ ସୁଧୁରିବ।”

ପୁରୀ ଜିଲ୍ଲା ସଭାପତି ଉମାବଲ୍ଲଭ ରଥ କହିଛନ୍ତି-“ବିଧାୟକମାନେ ବିଜ୍ଞ ଲୋକ। ସେମାନେ ନିଶ୍ଚିତ ଦଳର ଭଲ ପାଇଁ କଥା କହିବେ।”

କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୁକିମ କହିଛନ୍ତି-“କଂଗ୍ରେସ କିପରି ସୁଦୃଢ଼ ହେବ ତାହା ଉପରେ ଆଲୋଚନା ହୋଇଛି।”

କାହା ପାଇଁ ସଙ୍ଗଠନ ହେଉଛି ଦୁର୍ବଳ?

ସଂଗଠନ ଦୁର୍ବଳ ହୋଇଛି ଏକଥା ସମସ୍ତେ ମାନୁଛନ୍ତି। ତେବେ ଏଥିପାଇଁ ନେତାଙ୍କୁ ସିଧାସଳଖ କେହି ଦାୟୀ କରୁନାହାଁନ୍ତି। ଆଜି ଅପରାହ୍ନରେ ରାଜ୍ୟ ପଦାଧିକାରୀଙ୍କୁ ଭେଟିଥିଲେ ପର୍ଯ୍ୟବେକ୍ଷକ ଟିମ। ସେମାନଙ୍କ ମଧ୍ୟରୁ କିଛି ପ୍ରସାଦଙ୍କ ଭଲ ଗୁଣ ବଖାଣିଲେ। ଆଉ କିଛି ନିରଞ୍ଜନଙ୍କ ସପକ୍ଷରେ ପ୍ରସ୍ତାବ ଦେଇଥିଲେ। ତୃତୀୟ ପର୍ଯ୍ୟାୟରେ ମୋର୍ଚ୍ଚାର ମୁଖିଆମାନଙ୍କୁ ମନ କଥା ପଚାରିଥିଲେ ପର୍ଯ୍ୟବେକ୍ଷକ। ଛାତ୍ର କଂଗ୍ରେସ୍ ସିଧାସଳଖ ନିରଞ୍ଜନଙ୍କ ସପକ୍ଷରେ ଯୁକ୍ତି ରଖିଥିବା ବେଳେ ଯୁବ କଂଗ୍ରେସ ପ୍ରସାଦଙ୍କ ସପକ୍ଷରେ ଲବି କରିଥିଲେ। ଆଦିବାସୀ ମୋର୍ଚ୍ଚା ସଭାପତି ଆଜି ପର୍ଯ୍ୟବେକ୍ଷକଙ୍କୁ ଭେଟି ନଥିଲେ ମଧ୍ୟ ସଂଗଠନ ମଜବୁତ ପାଇଁ ପରିବର୍ତ୍ତନ ଜରୁରୀ ବୋଲି କହିଥିଲେ।

ଆସନ୍ତାକାଲି ବରିଷ୍ଠ ନେତା ଓ ବିଧାୟକଙ୍କୁ ଭେଟିବେ ପର୍ଯ୍ୟବେକ୍ଷକ

ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଆସିଥିବା ତିନି ପର୍ଯ୍ୟବେକ୍ଷକ ଆସନ୍ତାକାଲି ଦଳର ବରିଷ୍ଠ ନେତା, ୧୪ ନିର୍ବାଚନ ଲଢିଥିବା ପ୍ରାର୍ଥୀ, ବିଧାୟକ ଓ ପୂର୍ବତନ ବିଧାୟକ, ସାଂସଦ ଓ ପୂର୍ବତନ ସାଂସଦଙ୍କୁ ଭେଟିବେ। ବିଧାୟକ ଦଳ ଏକ ବୋଲି ବାର୍ତ୍ତା ଦେବାକୁ ଜିଲ୍ଲା ସଭାପତି ଥିବା ବିଧାୟକଙ୍କ ସମେତ ସବୁ ବିଧାୟକ କାଲି ଏକାଠି ନିଜ ମତ ରଖିବେ। ତେବେ ଆଜି ବିଧାୟକ ତଥା ଏସ୍‌ସି ମୋର୍ଚ୍ଚା ସଭାପତି କୃଷ୍ଣଚନ୍ଦ୍ର ଶଗରିଆ ଗୋଠ ଭାଙ୍ଗି ପର୍ଯ୍ୟବେକ୍ଷକଙ୍କୁ ଭେଟିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story