ବିଜୟ ପାଲ ଗୁଳିମାଡ଼ ଘଟଣାରେ ସ୍ୱର ନମୂନା ଯାଞ୍ଚ ପାଇଁ ରାଜି ହେଲେନି ସୁଶାନ୍ତ ଧଳସାମନ୍ତ ଏବଂ ରଂଜିତା ବିଶ୍ୱାଳ

କଟକ( ଓଡ଼ିଶା ରିପୋର୍ଟର): କଟକ ସୁଭଦ୍ରାପୁର ବିଜୟ ପାଲ ଗୁଳିମାଡ଼ ଘଟଣାରେ ହେବାକୁ ଥିବା ସ୍ୱର ନମୂନା ଯାଞ୍ଚ ପାଇଁ ରାଜି ହେଲେ ନାହିଁ ଅପରାଧୀ ସୁଶାନ୍ତ ଧଳସାମନ୍ତ ଏବଂ ନିଲମ୍ବିତ ବିଜେଡି କର୍ପୋରେଟ୍ ରଂଜିତା ବିଶ୍ୱାଳ। ସୁଶାନ୍ତ ଓ ରଞ୍ଜିତାଙ୍କ ମଧ୍ୟରେ ଜେଲ ଭିତରର ବାର୍ତ୍ତାଳାପ ଏବଂ ଜେରା ବେଳେ ହୋଇଥିବା ଭଏସକୁ ମ୍ୟାଚ କରିବା ପାଇଁ ପୋଲିସ ଉଭୟଙ୍କ ଭଏସ୍ ନମୂନା ଯାଞ୍ଚ କରିଥାନ୍ତା। କିନ୍ତୁ ଉଭୟେ ଆଜି ରାଜି ହୋଇ ନ ଥିବା ସୂଚନା ମିଳିଛି। ଉଭୟଙ୍କର ଭଏସ୍ ଯାଞ୍ଚପାଇଁ କଟକ ସଦର ଥାନା ପୋଲିସ ଜେଏମ୍ଏଫସି ରୁରାଲ କୋର୍ଟରୁ ଅନୁମତି ମଧ୍ୟ ପାଇଥିଲା।  ଆଜି ମନା କରିବା ପରେ କ’ଣ ରହିବ ପୋଲିସର ପରବର୍ତ୍ତୀ ପଦକ୍ଷେପ, ତାହା ସ୍ପଷ୍ଟ ହୋଇନାହିଁ।

ଗତକାଲି ଉଭୟଙ୍କର ତିନିଦିନିଆ ରିମାଣ୍ଡ ଅବଧି ସରିଛି। ପ୍ରଥମ ଦୁଇଦିନ ମାରାଥନ ଜେରା ପରେ ଶେଷ ଦିନରେ ମୁହାଁମୁହିଁ ବସାଇ ଜେରା କରିଥିଲା ପୋଲିସ। ଜେରା ବେଳେ ପୋଲିସ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା ଜଣାପଡିଛି।

ଧଳସାମନ୍ତଙ୍କ ଅନ୍ୟ ୨ ପୁରୁଣା ସହଯୋଗୀଙ୍କୁ ଗତରାତିରେ ଗିରଫ କରିଛି ପୋଲିସ। ଦୁଇ ଜଣ ହେଲେ ଘୁନା ଏବଂ ଛବି। ଉଭୟେ ଧଳସାମନ୍ତଙ୍କ ସହିତ ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ଥିଲେ।

Ordigital Desk
• Published: Friday, 16 March 2018
• Updated: 16 March 2018, 10:04 AM IST

Sports

Latest News

କଟକ( ଓଡ଼ିଶା ରିପୋର୍ଟର): କଟକ ସୁଭଦ୍ରାପୁର ବିଜୟ ପାଲ ଗୁଳିମାଡ଼ ଘଟଣାରେ ହେବାକୁ ଥିବା ସ୍ୱର ନମୂନା ଯାଞ୍ଚ ପାଇଁ ରାଜି ହେଲେ ନାହିଁ ଅପରାଧୀ ସୁଶାନ୍ତ ଧଳସାମନ୍ତ ଏବଂ ନିଲମ୍ବିତ ବିଜେଡି କର୍ପୋରେଟ୍ ରଂଜିତା ବିଶ୍ୱାଳ। ସୁଶାନ୍ତ ଓ ରଞ୍ଜିତାଙ୍କ ମଧ୍ୟରେ ଜେଲ ଭିତରର ବାର୍ତ୍ତାଳାପ ଏବଂ ଜେରା ବେଳେ ହୋଇଥିବା ଭଏସକୁ ମ୍ୟାଚ କରିବା ପାଇଁ ପୋଲିସ ଉଭୟଙ୍କ ଭଏସ୍ ନମୂନା ଯାଞ୍ଚ କରିଥାନ୍ତା। କିନ୍ତୁ ଉଭୟେ ଆଜି ରାଜି ହୋଇ ନ ଥିବା ସୂଚନା ମିଳିଛି। ଉଭୟଙ୍କର ଭଏସ୍ ଯାଞ୍ଚପାଇଁ କଟକ ସଦର ଥାନା ପୋଲିସ ଜେଏମ୍ଏଫସି ରୁରାଲ କୋର୍ଟରୁ ଅନୁମତି ମଧ୍ୟ ପାଇଥିଲା।  ଆଜି ମନା କରିବା ପରେ କ’ଣ ରହିବ ପୋଲିସର ପରବର୍ତ୍ତୀ ପଦକ୍ଷେପ, ତାହା ସ୍ପଷ୍ଟ ହୋଇନାହିଁ।

ଗତକାଲି ଉଭୟଙ୍କର ତିନିଦିନିଆ ରିମାଣ୍ଡ ଅବଧି ସରିଛି। ପ୍ରଥମ ଦୁଇଦିନ ମାରାଥନ ଜେରା ପରେ ଶେଷ ଦିନରେ ମୁହାଁମୁହିଁ ବସାଇ ଜେରା କରିଥିଲା ପୋଲିସ। ଜେରା ବେଳେ ପୋଲିସ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା ଜଣାପଡିଛି।

ଧଳସାମନ୍ତଙ୍କ ଅନ୍ୟ ୨ ପୁରୁଣା ସହଯୋଗୀଙ୍କୁ ଗତରାତିରେ ଗିରଫ କରିଛି ପୋଲିସ। ଦୁଇ ଜଣ ହେଲେ ଘୁନା ଏବଂ ଛବି। ଉଭୟେ ଧଳସାମନ୍ତଙ୍କ ସହିତ ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos