ବଲାଙ୍ଗିର ଛାତ୍ର କଂଗ୍ରେସ ସଭାପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୀରମୁଣ୍ଡା ଗାଁରେ ବଲାଙ୍ଗିର ଛାତ୍ର କଂଗ୍ରେସ ସଭାପତି ସୁଶାନ୍ତ ମିଶ୍ରଙ୍କ ମୃତଦେହ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସୁଶାନ୍ତ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି। ତେବେ ଆତ୍ମହତ୍ୟା ପଛର କାରଣ କ’ଣ ସେ ନେଇ କିଛି ଜଣାପଡ଼ିନି। ରାଜନୈତିକ ହିଂସାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ  ଅଭିଯୋଗ କରିଛନ୍ତି।

ବଲାଙ୍ଗିର ପୋଲିସ ଘଟଣାର ତଦନ୍ତ କରୁଛି। ଘର ନିକଟରେ ଏକ ସ୍କୁଟର ଓ ମଦ ବୋତଲ ପଡ଼ିଥିବା ଦେଖିବାକୁ ମିଳିଥିବାରୁ ଏହା ପଛରେ ଆଉ କି କାରଣ ରହିଛି ତାକୁ ନେଇ ପୋଲିସ ତନାଘନା କରୁଛି।

Previous ArticleNext Article

Send this to a friend