ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ନବୀନଙ୍କୁ କଟାକ୍ଷ: ଧର୍ମେନ୍ଦ୍ର କହିଲେ ଏମିତି କିଛି

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ କହିଛନ୍ତି, &ldquo;ଚାବି ହଜିବା ଯଦି ସତ ହୋଇଥାଏ, ଏହା ଭାବନାତ୍ମକ ଦୃଷ୍ଟିରୁ ସାଂଘାତିକ। ଘଟଣାକୁ ୨ ମାସ ହେଲାଣି ମୁଖ୍ୟମନ୍ତ୍ରୀ ପାଟି ଖୋଲୁ ନାହାନ୍ତି। ଟିକେ ଟିକେ କଥାରେ ଆଇନ ତା&rsquo; ବାଟରେ ଯିବ କହନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ କାହିଁକି ଚୁପ୍ ବସିଛନ୍ତି।&rdquo;</p> <p>ସେ ଆହୁରି କହିଛନ୍ତି ଯେ, &ldquo;ଲୋକଙ୍କ ମନରେ ଯେଉଁ ସନ୍ଦେହ ଉଠିଛି, କମିଶନ ତା&rsquo;ର ଉତ୍ତର ନୁହେଁ। ବ୍ରହ୍ମ ବିଭ୍ରାଟ ପରେ ବି କମିଶନ ବସିଥିଲା। କମିଶନ ତଦନ୍ତ ଆଳରେ ଆଖିରେ ଧୂଳି ଦେବା ନ ହେଉ। ଅପାରଗ ଓ ଅବ୍ୟବସ୍ଥାର ଉତ୍ତର କମିଶନ ନୁହେଁ। ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି। ଉତ୍ତରଦାୟୀ ହେବା ଉଚିତ।&rdquo;</p>

Ordigital Desk
  • Published: Thursday, 07 June 2018
  • Updated: 07 June 2018, 05:22 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ କହିଛନ୍ତି, &ldquo;ଚାବି ହଜିବା ଯଦି ସତ ହୋଇଥାଏ, ଏହା ଭାବନାତ୍ମକ ଦୃଷ୍ଟିରୁ ସାଂଘାତିକ। ଘଟଣାକୁ ୨ ମାସ ହେଲାଣି ମୁଖ୍ୟମନ୍ତ୍ରୀ ପାଟି ଖୋଲୁ ନାହାନ୍ତି। ଟିକେ ଟିକେ କଥାରେ ଆଇନ ତା&rsquo; ବାଟରେ ଯିବ କହନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ କାହିଁକି ଚୁପ୍ ବସିଛନ୍ତି।&rdquo;</p><p>ସେ ଆହୁରି କହିଛନ୍ତି ଯେ, &ldquo;ଲୋକଙ୍କ ମନରେ ଯେଉଁ ସନ୍ଦେହ ଉଠିଛି, କମିଶନ ତା&rsquo;ର ଉତ୍ତର ନୁହେଁ। ବ୍ରହ୍ମ ବିଭ୍ରାଟ ପରେ ବି କମିଶନ ବସିଥିଲା। କମିଶନ ତଦନ୍ତ ଆଳରେ ଆଖିରେ ଧୂଳି ଦେବା ନ ହେଉ। ଅପାରଗ ଓ ଅବ୍ୟବସ୍ଥାର ଉତ୍ତର କମିଶନ ନୁହେଁ। ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି। ଉତ୍ତରଦାୟୀ ହେବା ଉଚିତ।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos