ଜଙ୍ଗଲ ଜମିକୁ ନେଇ ୨ ଗାଁ ମୁହାଁମୁହିଁ: ୧୧ ଆହତ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଜଙ୍ଗଲ ଜମିକୁ ନେଇ ନବରଙ୍ଗପୁର ଜିଲ୍ଲା ଉମରକୋଟର ଅଞ୍ଚଳା ପଞ୍ଚାୟତର ପକନାଗୁଡ଼ା ଓ କରଡ଼ିଗୁଡ଼ା ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ୧୧ଜଣ ଆହତ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୯ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ପକନାଗୁଡ଼ାବାସୀ କିଛି ଜଙ୍ଗଲ ଜମିକୁ ୨୦ ବର୍ଷ ଧରି ଚାଷ କରି ଆସୁଥିଲେ। ହେଲେ କୌଣସି କାରଣରୁ ଏହି ଜଙ୍ଗଲ ଜମିକୁ ନେଇ କରଡ଼ିଗୁଡ଼ା ଲୋକଙ୍କ ସହ ମାରପିଟ୍‌ ହୋଇଛି। ଫଳରେ ପକନାଗୁଡ଼ାର ୬ଜଣ ଓ କରଡ଼ିଗୁଡ଼ାର ୫ଜଣ ଆହତ ହୋଇଛନ୍ତି।

Previous ArticleNext Article

Leave a Reply

Send this to a friend