ଚମ୍ପୁଆକୁ ଫେରିଲେ ଝାଡ଼ଖଣ୍ଡୀ ହାତୀ, ଦେଖନ୍ତୁ ଭିଡ଼ିଓ

<p>କେନ୍ଦୁଝର(ଓଡ଼ିଶା ରିପୋର୍ଟର): ୪ ମାସ ପରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜକୁ ପୁଣି ଫେରିଲେ ୨୨ଟି ଝାଡ଼ଖଣ୍ଡୀ ହାତୀ। ସେମାନେ କାଳିକାପ୍ରସାଦ ଜଙ୍ଗଲରେ ଘୂରି ବୁଲୁଛନ୍ତି। ହାତୀ ପଲରେ ୭ ଛୁଆ ହାତୀ ଓ ୯ ମାଈ ହାତୀ ଅଛନ୍ତି। ସେମାନେ ଝାଡ଼ଖଣ୍ଡରୁ ମୟୂରଭଞ୍ଜ ଦେଇ ଚମ୍ପୁଆ ସରେଇ ଗାଁରେ ପ୍ରବେଶ କରିଥିଲେ। ପରେ ଟୁଣଟୁଣା ଓ ଶଶାଙ୍ଗ ଦେଇ ରିମୁଳି ୨୨ ନମ୍ୱର ଜାତୀୟ ରାଜପଥ ଅତିକ୍ରମ କରିବା ସମୟରେ ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଥିଲା। ଫସଲ କ୍ଷତି ଭୟରେ ଲୋକେ ହାତୀ ପଲକୁ ଘଉଡ଼ାଇବାରୁ ସେମାନେ ରଜିଆ ଜଙ୍ଗଲରେ ପଶିଯାଇଛନ୍ତି। ବନବିଭାଗ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଚେଷ୍ଟା କରୁଛି।</p> <p>ଦୀର୍ଘ ୪ ମାସ ପରେ ଝାଡ଼ଖଣ୍ଡୀ ହାତୀ ଫେରିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଲୋକେ ସଂଘବଦ୍ଧ ଭାବେ ନିଜ ଫସଲ ଜଗି ବସିଛନ୍ତି। ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଗୁଡ଼ିକରେ ଲୋକେ ରାତିରେ ପ୍ରହରା ଦେଉଛନ୍ତି। ସନ୍ଧ୍ୟା ପୂର୍ବରୁ ଲୋକେ ଘରକୁ ଫେରିବାକୁ ଚେଷ୍ଟା କରୁଛନ୍ତି।</p>

Ordigital Desk
  • Published: Thursday, 05 April 2018
  • Updated: 05 April 2018, 09:31 AM IST

Sports

Latest News

<p>କେନ୍ଦୁଝର(ଓଡ଼ିଶା ରିପୋର୍ଟର): ୪ ମାସ ପରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜକୁ ପୁଣି ଫେରିଲେ ୨୨ଟି ଝାଡ଼ଖଣ୍ଡୀ ହାତୀ। ସେମାନେ କାଳିକାପ୍ରସାଦ ଜଙ୍ଗଲରେ ଘୂରି ବୁଲୁଛନ୍ତି। ହାତୀ ପଲରେ ୭ ଛୁଆ ହାତୀ ଓ ୯ ମାଈ ହାତୀ ଅଛନ୍ତି। ସେମାନେ ଝାଡ଼ଖଣ୍ଡରୁ ମୟୂରଭଞ୍ଜ ଦେଇ ଚମ୍ପୁଆ ସରେଇ ଗାଁରେ ପ୍ରବେଶ କରିଥିଲେ। ପରେ ଟୁଣଟୁଣା ଓ ଶଶାଙ୍ଗ ଦେଇ ରିମୁଳି ୨୨ ନମ୍ୱର ଜାତୀୟ ରାଜପଥ ଅତିକ୍ରମ କରିବା ସମୟରେ ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଥିଲା। ଫସଲ କ୍ଷତି ଭୟରେ ଲୋକେ ହାତୀ ପଲକୁ ଘଉଡ଼ାଇବାରୁ ସେମାନେ ରଜିଆ ଜଙ୍ଗଲରେ ପଶିଯାଇଛନ୍ତି। ବନବିଭାଗ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଚେଷ୍ଟା କରୁଛି।</p><p>ଦୀର୍ଘ ୪ ମାସ ପରେ ଝାଡ଼ଖଣ୍ଡୀ ହାତୀ ଫେରିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଲୋକେ ସଂଘବଦ୍ଧ ଭାବେ ନିଜ ଫସଲ ଜଗି ବସିଛନ୍ତି। ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଗୁଡ଼ିକରେ ଲୋକେ ରାତିରେ ପ୍ରହରା ଦେଉଛନ୍ତି। ସନ୍ଧ୍ୟା ପୂର୍ବରୁ ଲୋକେ ଘରକୁ ଫେରିବାକୁ ଚେଷ୍ଟା କରୁଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos