ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ନିକଟ କର୍ଣ୍ଣୋଳିରେ ଏନକାଉଣ୍ଟର ହୋଇଛି। ଏଥିରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସୁପାରୀ କିଲର ବୋଲି କୁହାଯାଉଛି। ଆହତମାନେ ହେଲେ ଲକ୍ଷ୍ଣଣ ସିଂ ରାଜପୁତ ଓ ଟୁନା ଗୌଡ। ଲକ୍ଷ୍ଣଣ ସିଂର ଘର ଉତ୍ତର ପ୍ରଦେଶରେ। ଟୁନାର ଘର ଗଂଜାମ ଜିଲ୍ଲା କୋଦଳାରେ। ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ସେମାନଙ୍କଠାରୁ ଦୁଇଟି ମାଉଜର ଓ ଗୋଟିଏ ବାଇକ୍ ଜବତ କରିଛି।
ସୂଚନା ଅନୁସାରେ, ସୁପାରୀ ନେଇ ଜଣଙ୍କୁ ମାରିବା ପାଇଁ ଦୁଇ ଅପରାଧୀ ଏକ ବାଇକ୍ରେ ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଆଜି ସକାଳ ୬ଟା ସମୟରେ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ କର୍ଣ୍ଣୋଳି ଗାଁ ନିକଟରେ ଦୁଇ ଅପରାଧୀ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଜବାବରେ ପୋଲିସ ସେମାନଙ୍କ ଉପରକୁ ଗୁଳି ଚଲାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।