ଭୁବନେଶ୍ୱର: ଭୁବନେଶ୍ୱର ପାଲ୍ହାଇଟ୍ସ ମାଲିକ ସତପାଲ୍ ସିଂଙ୍କ ଘରେ ଅଗ୍ନିକାଣ୍ଡ ଘଟିବାର ୬ ଦିନ ବିତିଗଲାଣି। ହେଲେ ଏପର୍ଯ୍ୟନ୍ତ ଏହାକୁ ନେଇ ସସପେନ୍ସ ଜାରି ରହିଛି। ଏହି ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ପୋଲିସ୍ ଏହାର ତଦନ୍ତକୁ ଜୋରଦାର କରିଛି। ଆଜି ପୋଲିସ୍ ତାଙ୍କ ଘରୁ ଜବତ ସିସିଟିଭି ହାର୍ଡଡିସ୍କକୁ ଫୋରେନସିକ୍ ଲାବ୍କୁ ପଠାଇଛି। ଏପଟେ ସିସିଟିଭି କ୍ୟାମେରାରେ ତାରିଖ ସେଟିଂ ନ ଥିବା ଯାଞ୍ଚ ପରେ ଜଣାପଡ଼ିଛି। ଆଜି ଫୋରେନ୍ସିକ୍ ଟିମ୍ ଓ ପୋଲିସ୍ ମିଳିତ ଭାବେ ଯାଞ୍ଚ କରିଥିଲେ। ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା ଜାରି ରହିଛି।
ଗତ ୩ ତାରିଖରେ ଭୋରରେ ସତପାଲ୍ ସିଂଙ୍କ ଘରେ ଅଗ୍ନିକାଣ୍ଡ ହୋଇଥିଲା। ଅଗ୍ନିକାଣ୍ଡରେ ତାଙ୍କ ପୁଅ, ବୋହୂ, ନାତି,ନାତୁଣୀ ଓ ଘରର ମହିଳା ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।