ଖୋଲିଲା ହୀରାକୁଦ ଡ୍ୟାମ୍‌: ୫ଟି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟା ଜଳ

ସମ୍ୱଲପୁର(ସଞ୍ଜୟ ଜେନା): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ଗେଟ୍ ଖୋଲା ଯାଇଥିଲା। ତା’ ପରେ ଗୋଟିଏ ପରେ ଗୋଟେ କରି ଅନ୍ୟ ୪ଟି ଗେଟ୍‌ ଖୋଲା ଯାଇଥିଲା। ଏବେ ମୋଟ ୫ଟି ଗେଟ୍ ଦେଇ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସିତ ହେଉଛି।

ଆଜି ରାତି ସୁଦ୍ଧା ୧୫ଟି ଗେଟ୍ ଖୋଲାଯିବ ବୋଲି ହୀରାକୁଦର ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି। ୧୫ଟି ଗେଟ୍‌ ଦେଇ ପ୍ରତି ସେକେଣ୍ଡରେ ୨ ଲକ୍ଷ ଘନଫୁଟ୍‌ ପାଣି ପ୍ରବାହିତ ହେଉଥିବା ସେ କହିଛନ୍ତି।

Previous ArticleNext Article

Send this to a friend