ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଫେସର ଗଣେଶୀ ଲାଲଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।
ଏବେ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱରେ ମଧ୍ୟ ରହିଛନ୍ତି। ଏସ୍.ସି ଜମିରଙ୍କ ଅବସର ପରେ ସତ୍ୟପାଲଙ୍କୁ ଓଡ଼ିଶା ଦାୟିତ୍ୱ ଦିଆଯାଇଥିଲା।
ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଆରମ୍ଭ ହେବ।
ସୂଚନାଯୋଗ୍ୟ, ଗଣେଶୀ ଲାଲ ହରିୟାଣାର ବାସିନ୍ଦା। ସେ ଜଣେ ବିଜେପି ନେତା। ସେ ହରିୟାଣାରେ ମନ୍ତ୍ରୀ ମଧ୍ୟ ଥିଲେ। ସେ ବିଜେପିର ରାଷ୍ଟ୍ରୀୟ ଅନୁଶାସନ କମିଟିର ଅଧ୍ୟକ୍ଷ ଦାୟିତ୍ୱ ବି ତୁଲାଇ ସାରିଛନ୍ତି।
ଏହା ସହିତ ମିଜୋରାମ ପାଇଁ ମଧ୍ୟ ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି। କୁମ୍ମନମ ରାଜଶେଖରନ୍ଙ୍କୁ ମଣିପୁରର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।