ଭୁବନେଶ୍ୱର(ଓଡିଶା ରିପୋର୍ଟର): ମୋଷ୍ଟୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ୍ ଉସ୍ମାନ ଅଲି ଏନ୍କାଉଣ୍ଟରରେ ଆହତ ହୋଇଛି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସଫୋର୍ସ ଏହି ଏନ୍କାଉଣ୍ଟର କରିଛି। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ଏହି ଏନ୍କାଉଣ୍ଟର କରାଯାଇଥିଲା। ଟିଟୋର ବାମ ଗୋଡ଼ର ଆଣ୍ଠୁ ତଳେ ଗୁଳି ବାଜିଛି। ଗୁଳିବିଦ୍ଧ ଅବସ୍ଥାରେ ତାକୁ ପ୍ରଥମେ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତା’ପରେ ତାକୁ କଟକ ବଡ଼ ଡାକ୍ତରଖାରନାକୁ ସ୍ଥାନାନ୍ତର କରାଯାଇଛି।
ପ୍ରଥମେ ଖବର ଆସିଥିଲା ଯେ , କେନ୍ଦ୍ରାପଡ଼ା ଦିଲାରପୁର ଘରୁ ଦୁର୍ଦ୍ଦାନ୍ତ ଟିଟୋକୁ କିଛି ଅଜ୍ଞାତ ଲୋକ ଉଠାଇ ନେଇଥିଲେ। ନାଲିବତୀ ଲାଗିଥିବା ଏକ ସୁମୋ ଗାଡ଼ିରେ ତାକୁ ଉଠାଇ ନେଇଥିଲେ। କିଏ ଉଠାଇ ନେଇଥିଲା କିଛି ଜାଣପଡି ନ ଥିବା ସ୍ଥାନୀୟ ପୋଲିସ କହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।