ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>[vc_video link="" align="center"]</p> <p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ପୂର୍ବତନ ରଣଜୀ କ୍ୟାପ୍ଟେନ୍ ହଳଧର ଦାସ କଟକର ରାଜରାସ୍ତାରେ ଆତଙ୍କ ଖେଳାଇଦେଇଛନ୍ତି। ତାଙ୍କର ବେପରୁଆ ଗାଡି ଚାଳନା ଯୋଗୁଁ ଆଜି ଲୋକଙ୍କୁ ନାକେଦମ୍ ହେବାକୁ ପଡିଥିଲା। ମଙ୍ଗଳାବାଗ୍‌ରୁ ଚହଟା ପର୍ଯ୍ୟନ୍ତ ରାସ୍ତାରେ ସେ ୪ଟି ଦୁର୍ଘଟଣା ଘଟାଇଥିବା ଅଭିଯୋଗ ହୋଇଛି। ଏଥିରେ ଏକାଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଦୁର୍ଘଟଣା ଘଟାଇ ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ପିଛା କରି ଅଟକାଇଥିଲେ। ହଳଧରଙ୍କ ଗାଡ଼ି ଧକ୍କାରେ ଆହତ ହୋଇଥିବା ୨ ଜଣ ବ୍ୟକ୍ତି କ୍ୟାଣ୍ଟନମେଣ୍ଟ ଥାନାରେ ହଳଧରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।</p> <p>ରାଜ୍ୟରେ ସେ ଜଣେ ଜଣାଶୁଣା କ୍ରିକେଟ୍‌ର ଭାବେ ପରିଚିତ। ପୂର୍ବରୁ ଆଇପିଏଲ୍‌ରେ ଡେକାନ୍‌ ଚାର୍ଜର୍ସ ପକ୍ଷରୁ ଖେଳିବା ପାଇଁ ୩ବର୍ଷ ଚୁକ୍ତି କରିଥିଲେ। ଏହାସହ ସେ ଓଡ଼ିଶା ରଣଜୀ ଟିମ୍‌ରେ ଅନେକ ମ୍ୟାଚ୍‌ ଖେଳିଛନ୍ତି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।